ଲୋକାର୍ପିତ ହେଲା ‘ପୁଷ୍ପକୃଷି ପଲୀହାଉସ’ 

 ସନାତନପାଲି/ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମସô୍ୟଚାଷ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବ । ବିଶେଷ ଭାବରେ ଏହି ୪ଟି କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଚାଷୀମାନଙ୍କ ଜୀବନଜୀବିକାରେ ସୁଧାର ଅଣାଯିବ । ଏହା ଦ୍ୱାରା ‘ବିକଶିତ ସମ୍ବଲପୁର’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ସୋମବାର ସମ୍ବଲପୁର ଜୁଜୁମୁରା ବ୍ଲକ ସନାତନପାଲି ଠାରେ ‘ପୁଷ୍ପ କୃଷି ମେଳା’ରେ ଯୋଗଦେବା ଅବସରରେି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  । 
ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀର ଶୁଭ ଅବସରରେ ପ୍ରଧାନ ସନାତନପାଲି ନୂତନ ଉପ-ବଜାର ପ୍ରାଙ୍ଗଣରେ କୃଷକ ଭବନ, ଗୋଦାମଗୃହ, କଭରସେଡ୍ ଆଦି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ  । ଭାରତ ସରକାରଙ୍କ ସିଏସଆଇଆର୍- ଏନବିଆରଆଇ, ଲକ୍ଷ୍ନୈ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସିଏସଆଇଆର-ପୁଷ୍ପକୃଷି ମିଶନ ଅଧୀନରେ ନିର୍ମିତ ‘ପୁଷ୍ପକୃଷି ପଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ ବଗିଚା ପରିଦର୍ଶନ କରିଥିଲେ । ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଏକ ଚଷାଚାଷୀ ଅଞ୍ଚଳ  । କୃଷି ହେଉଛି ଏ ଅଞ୍ଚଳର ଅର୍ଥନୀତି  । କୃଷି ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ  । ସନାତନପାଲିର ଚାଷୀ ଭାଇମାନେ ଫୁଲ ଚାଷ କରି ଲାଭବାନ ହେବା ସହ ଅନ୍ୟମାନଙ୍କୁ ଫୁଲ ଚାଷ କରିବା ପାଇଁ ପ୍ରୋସôାହିତ କରିବା ପ୍ରଶଂସନୀୟ  । ସମ୍ବଲପୁର ଜିଲ୍ଲାରେ ଏଭଳି ଉଦ୍ୟମ ଫୁଲ ଚାଷ କ୍ଷେତ୍ରରେ ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋସôାହିତ କରିବ  । ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହେବା ସହ ଫୁଲଚାଷକୁ ପ୍ରୋସôାହନ ପ୍ରଦାନ କରିବ  ।