ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ
ତିହିଡି : ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ । ଏଭଳି ଅଭଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାତ ଅଧିନ ବାଂଶବାଗ ଗାଁରୁ । ଏହି ଗାଁରେ ନିଶାକର ଦାସଙ୍କର ୩ ପୁଅ । ଘରବାଡି ଭାଗବଣ୍ଟାକୁ ନେଇ ଦିର୍ଘ ବର୍ଷ ହେବ ବିବାଦ ଲାଗି ରହିଛି । ସାନ ଓ ମଝିଆଁ ଭାଇଙ୍କ ସହିତ ବଡଭାଇ ମଧ୍ୟରେ ବିଭିନ୍ନ ସମୟରେ ଝଗଡାଝାଣ୍ଟି ଲାଗି ରହିଥାଏ । ଗତ ଦୁଇଦିନ ତଳେ ଗାଳି ଗୁଲଜ ଓ ମାରପିଟକୁ ନେଇ ଥାନାରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଥଲା । ଏବଂ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗତକାଲ ରାତିରେ ଶୋଇଥିବା ବେଳେ ସାନ ଭାଇ ମନୋରଞ୍ଜନ ଦାସଙ୍କର ଘରକୁ କେହି ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ କେହି ନୁହଁନ୍ତି ନିଜ ସମ୍ପର୍କୀୟ ଏପରି କରିଥିବା ଥାନାରେ ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ଘରପୋଡିରେ ମନରଞ୍ଜନଙ୍କର ନଗଦ୍ ଟଙ୍କା, ଅଳଙ୍କାର, ମୁଲ୍ୟବାନ୍ କାଗଜପତ୍ର ସମେତ ସମସ୍ତ ନଥିପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତଦନ୍ତ କରି ଘରପୋଡି ଦେଇଥିବା ଭାଇଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି କରାଯାଇଛି ।