ଆକ୍ସନ ମୋଡରେ ଅବକାରୀ ବିଭାଗ ; ବାର୍ରେ ରାତିଅଧିଆ ଚଢାଉ
- ୧୫୦ରୁ ଅଧିକ ବାର୍ରେ ରେଡ୍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବାର୍ରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇଛି । ୧୫୫ଟି ବାର୍ ଉପରେ ଅବକାରୀ ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ୫ଟି ଟିମ ଚଢାଉ କରିଥିଲା । ଚନ୍ଦ୍ରଶେଖରପୁରର ଦୁଇଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅବକାରୀ ଟିମ୍ ଉପରେ ଆକ୍ରମଣ କରିଥିବା ଦୁଇ ଯୁବକଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବିଭିନ୍ନ ବାର, ରେଷ୍ଟୁରାଣ୍ଟ ଓ ବିୟର ପାର୍ଲର ଗୁଡିକରେ ଚଢାଉ କରାଯାଇଛି । ନୂଆ ବର୍ଷ ପୂର୍ବରୁ ସମସ୍ତଙ୍କୁ ସତର୍କ କରାଇବାକୁ ଚାହୁଁଛୁ । ବାର୍ଗୁଡିକ ସଠିକ୍ ସମୟରେ ବନ୍ଦ କରାଯାଉ, ଯୁବ ଏବଂ ବୟସ୍କମାନେ ଅତ୍ୟଧିକ ମାତ୍ରାରେ ନିଶା ସେବନ ନ କରନ୍ତୁ । ସମୟର ପ୍ରାବନ୍ଧିକୁ କେହି ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ବାରର ଲାଇସେନ୍ସ ମଧ୍ୟ ଯାଞ୍ଚ କରାଯାଇଛି । ପାର୍ବଣ ଋତୁରେ ପ୍ରତିଦିନ ପାଟ୍ରୋଲିଂ କରାଯିବ, ଯିଏ ବି ନିୟମ ଭାଙ୍ଗିବା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି ।