ଶକ୍ତିମନ୍ତ୍ରୀଙ୍କୁ ଭେଟିଲା ସର୍ଭେଟେକ୍
ଭୁବନେଶ୍ୱର : ପିଏମ୍ ସୂର୍ଯ୍ୟଘର ଯୋଜନା ଅଧୀନରେ ସବ୍ସିଡି ଜରିଆରେ ଛାତ ଉପରେ ସୋଲାର ପ୍ୟାନେଲ ମଧ୍ୟ ଲଗାଯାଉଛି । ଏହାସହ ଓଡିଶାରେ ବିଦୁ୍ୟତ ଚାଳିତ ଯାନର ଚାର୍ଜିଂ ପାଇଁ ଇଭି ଷ୍ଟେସନ ନିର୍ମାଣ ଲାଗି ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ଏହିସବୁ ପ୍ରସଙ୍ଗ ନେଇ ସର୍ଭେଟେକ୍ ନାମକ ଏକ ସଂସ୍ଥା ଆଜି ଶକ୍ତିମନ୍ତ୍ରୀ କେଭି ସିଂଦେଓଙ୍କୁ ଭେଟିଥିବା ବେଳେ ଏଥିପାଇଁ ଓଡ଼ିଶା ଇଭି ପଲିସି ଖୁବ୍ଶୀଘ୍ର ଅଣାଯିବ ବୋଲି ଶ୍ରୀ ସିଂଦେଓ ମତପ୍ରକାଶ କରିଛନ୍ତି ।
ସଂସ୍ଥା ପକ୍ଷରୁ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସୌରଚାଳିତ ବିଦୁ୍ୟତ ଉତ୍ପାଦନ ଏବଂ ରାଜ୍ୟରେ ଇଭି ଷ୍ଟେସନ ନିର୍ମାଣ ବିଷୟରେ ଏକ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶାର ବିଦୁ୍ୟତ ଭିତ୍ତିଭୂମି ସୁଦୃଢ ଅଛି । ଦେଶର ପ୍ରମୁଖ ୧୦ଟି ବିଦୁ୍ୟତ ଡିଷ୍ଟ୍ରିବୁ୍ୟସନ କମ୍ପାନୀ ମଧ୍ୟରେ ଓଡ଼ିଶାର ତିନୋଟି ଡିଷ୍ଟ୍ରିବୁ୍ୟସନ କମ୍ପାନୀ ସ୍ଥାନ ଅଧିକାର କରିଛନ୍ତି । ଏତଦବ୍ୟତୀତ ଓଡିଶାର ବିଦୁ୍ୟତ ପରିଚାଳନା ମଡେଲକୁ ଆପଣାଇବା ପାଇଁ ଉତ୍ତରପ୍ରଦେଶ ରାଜ୍ୟ ମଧ୍ୟ ଆଗ୍ରହ ପ୍ରକାଶ କରି ପ୍ରତିନିଧିଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଇଥିଲେ । ଏହି ସମନ୍ୱିତ ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ କୁମାର ମିଶ୍ର, ଗ୍ରିଡକୋ ପରିଚାଳନା ନିଦେ୍ର୍ଦଶକ ତ୍ରିଲୋଚନ ପଣ୍ଡା, ସର୍ଭେଟେକ କମ୍ପାନୀର ପରିଚାଳନା ନିଦେ୍ର୍ଦଶକ ରମଣ ଭାଟିଆ, ନୀତିନ ପେରେଇରା, ଶକ୍ତି ବିଭାଗ ଗ୍ରିଡକୋ, ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।