ତାପମାତ୍ରା ୪୨ ଡ଼ିଗ୍ରୀ ପାର୍ , ଜନଜୀବନ ଅସ୍ତବ୍ୟସ୍ତ

ତାପମାତ୍ରା ୪୨ ଡ଼ିଗ୍ରୀ ପାର୍  ,  ଜନଜୀବନ ଅସ୍ତବ୍ୟସ୍ତ

ତାଳଚେର: ଶିଳ୍ପନଗରୀ ତାଳଚେର ଅଂଚଳରେ ଗତକାଲି ତାପମାତ୍ରା ୪୦ଡ଼ିଗ୍ରୀ ରହିଥିବା ବେଳେ ଶୁକ୍ରବାର ଏହା ବୃଦ୍ଧି ପାଇଁ ୪୨.୪ରେ ପହଞ୍ଚିଛି । ସରକାରୀ ତଥ୍ୟ ଅନୁସାରେ ଏହି ହିସାବ ରହିଥିବା ବେଳେ ବେସରକାରୀ ଭାବେ ଏହା କଳକାରଖାନା ଓ କୋଇଲା ଖଣି ଯୋଗୁଁ ୪୪ ଡ଼ିଗ୍ରୀ ରହିଥିବା କୁହାଯାଉଛି । ଏପରିଭାବେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇଲେ ସକାଳ ୮ଟା ଠାରୁ ପଦାକୁ ବାହାରିବା ସମ୍ଭବପର ହୋଇ ପାରୁନାହିଁ । ଶୁକ୍ରବାର ପ୍ରାୟ ସକାଳ ୯ଟା ସମୟରେ ପ୍ରଚଣ୍ଡ ଖରା ସହ ଅଗ୍ନିବର୍ଷା ଓ ଭିଷଣ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ କରିଛି । ମଧ୍ୟାହ୍ଣ ସମୟରେ ଦୋକାନ, ବଜାର, ବନ୍ଦ ରହିଥିବା ସହ ରାସ୍ତାଘାଟ ଆଦି ଜନଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଅନ୍ୟ ଜିଲ୍ଳା ଅପେକ୍ଷା ଅନୁଗୋଳ ଜିଲ୍ଳାର ତାଳଚେର ଅଂଚଳଟି ଖରା ପ୍ରଖର ଯୋଗୁଁ ନଦୀ, ନାଳ, କୂଅ ପୋଖରୀ, ଜଳାଶ୍ରୟ ଆଦି ଶୁଖି ଯାଇଥାଏ । ଫଳରେ ପଶୁପକ୍ଷୀ, ଜୀବଜନ୍ତୁମାନେ ଜଳ ଟୋପାଏ ପାଇଁ ହାହାକାର ହେଉଛନ୍ତି । ଏହାର ପ୍ରଭାବ ଓ ଖଣିଖାଦାନ ଯୋଗୁଁ ତାଳଚେର ଉପଖଣ୍ଡ ଅଂଚଳରେ ଜଳସ୍ତର ନିମ୍ନଗାମୀ ରହିଥିବାରୁ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉକ୍ରଟ ଜଳସଙ୍କଟ ସମସ୍ୟା ଦେଖାଦେଇଛି । ସେହିଭଳି ଏପରିସ୍ଥଳେ ବିଦୁ୍ୟତ୍ ବିଭାଗ ପକ୍ଷରୁ ନୀରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଇବା ପରିବର୍ତ୍ତେ ଲୋ ଭୋଲଟେଜ୍ ଓ ବିଦୁ୍ୟତ୍ର ଲୁଚକାଳି ଖେଳ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଦିନ ଥାଉଥାଉ ବିଦୁ୍ୟତ ବିଭାଗ ଓ ଜଳ ଯୋଗାଣ ବିଭାଗ ଏନେଇ ପ୍ରସ୍ତୁତ ରହିବା ଆବଶ୍ୟକତା ରହିଛି । ସରକାରଙ୍କ ପକ୍ଷରୁ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଘଟିକାରୁ ୧୧.୩୦ମିନଟ୍ ସମୟ ପର୍ଯ୍ୟନ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରାଯିବ ବୋଲି ନିଦେ୍ର୍ଦଶନାମା ରହିଛି । ତେବେ ତାଳଚେର ଅଂଚଳରେ ଅସହ୍ୟ ଗୁଳୁଗୁଳି ସହ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ କୁନି କୁନି ଛାତ୍ରଛାତ୍ରୀମାନେ ସକାଳ ୭ଘଟିକା ଠାରୁ ୧୦ଘଟିକା ପର୍ଯ୍ୟନ୍ତ ପାଠପଢ଼ା ବିଦ୍ୟାଳୟ ଖୋଲା ରଖିବାକୁ ଅଭିଭାବକ ମହଲରେ ଦାବି ହେଉଛି । ସେହିଭଳି ଅଧିକ ଖରାରେ କୋଇଲା ଖଣି ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନେ  ଡ଼ହଡ଼ହ ଖରାରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି  କରାଯାଇଛି । ତୁରନ୍ତ ସରକାରୀ ଡ଼ାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ଼ ବ୍ୟବସ୍ଥା କରିବା ଆବଶ୍ୟକ । ଏନେଇ ଶ୍ରମବିଭାଗ କାର୍ଯ୍ୟାଳୟ ପକ୍ଷରୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।