ଶସ୍ୟ ଆମଦାନୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ
ନାଉଗାଁ: ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ସେବା ସମବାୟ ସମିତି ପରିସରରେ ପୂର୍ତ୍ତ ବିଭାଗ ଅଧୀନ ରାସ୍ତା ଓ ଗୃହନିର୍ମାଣ ବିଭାଜନ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଶସ୍ୟ ଆମଦାନୀ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଫଳକର ଶୁଭ ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ୱାଇଁ, ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସର୍ବେନ୍ଦୁ ସୁତାର, ସମିତି ସଭାପତି ବସନ୍ତ କୁମାର ପାଢ଼ୀ, ସମ୍ପାଦକ ମଙ୍ଗଳାକାନ୍ତ ମହାନ୍ତି, ଗଜରାଜପୁର ସରପଞ୍ଚ ଲକ୍ଷ୍ମୀପ୍ରିୟା ମଲ୍ଲିକ, ସମିତିସଭ୍ୟା ରିଲା ଦାସ, ଗଳଦାରି ସରପଞ୍ଚ ଦିଲ୍ଲୀପ କୁମାର ନାୟକ, ପ୍ରଭାତ କୁମାର ସ୍ୱାଇଁ,ରୋହିଆ ସରପଞ୍ଚ ପଦ୍ମଚରଣ ରାଉତ, କ୍ଷୀରୋଦ ରାଉତ, ନୂଆଗାଁ ସରପଞ୍ଚ ଦୋଳଗୋବିନ୍ଦ ରାଉଳ, ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ଦେବୀପ୍ରସାଦ ପାଢ଼ୀ, ତାପସ ଦାସ,ବିଷ୍ମୟାନନ୍ଦ ସ୍ୱାଇଁଙ୍କ ସମେତ ଶତାଧିକ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।