ଶାନ୍ତି-ଅଶାନ୍ତିର ଜୀବନ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଶାନ୍ତି-ଅଶାନ୍ତିର ଜୀବନ ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଜୀବନର ପ୍ରାୟ ପରିସ୍ଥିତିରେ ନିଜ ଅଶାନ୍ତିର କାରଣ ଆମେ ନିଜେ ଓ ନିଜ ମନ, ଆଉ କେହି ନୁହଁ  । ହେଲେ ଆମେ ସେତକ ବୁଝିପାରିନଥାଉ  । ନିଜ ଭିତରେ ହିଁ ଶାନ୍ତି ଅଛି  । ନିଜ ମନ ତଳେ, ନିଜ ହୃଦୟରେ ଅଛି  । ବାହ୍ୟ ଆବରଣ ଯାହା ସହାୟକ ମାତ୍ର  । ବର୍ତ୍ତମାନ ସମୟରେ ଯାହାକୁ ବି ପଚାର ସମସ୍ତେ କହୁଛନ୍ତି ଅଶାନ୍ତିରେ ଅଛନ୍ତି  । ବହୁବର୍ଷ ତଳେ ଆମେ ଜେଜେ, ଅଜାମାନେ ??ର୍ ଶାନ୍ତିରେ ଥିଲେ ବୋଲି କହୁଥିଲେ  । ସେ ସମୟ ଏବଂ ଏ ସମୟ ତୁଳନା କଲେ ଆକାଶ-ପାତାଳ ପାର୍ଥକ୍ୟ  । ଆମ ଜେଜେବାପାଙ୍କ ସମୟରେ ଗୋଡରେ ଚପଲ ନଥିଲା  । ରାସ୍ତାରେ ମୋରମ କି ଗେଟି ନଥିଲା  । ଗାଡ ନଥିଲା କି ଉଡାଜାହାଜ ବି ନଥିଲା  । ତଥାପି ସେମାନେ ଶାନ୍ତିରେ ଥିଲେ ବୋଲି କହୁଥିଲେ  । ବର୍ତ୍ତମାନ ଆମ ପାଖରେ ଯେତିକି ଦରକାର ଆବଶ୍ୟକତା ଠାରୁ ଶହେ ଗୁଣା ଅଧିକ ଅଛି । ରୋଜଗାର ବି ବଞ୍ଚିଛି  । ଗାଡିଘୋଡା ଅଛି, ରୋଜଗାର ଅଛି, ହାଟ ବଜାରରେ ଚାହିଁବା ମାତ୍ରକେ ଜିନିଷ ଅଛି  । ତଥାପି ଶାନ୍ତି ନାହିଁ  । ତାହା ହେଲେ ଏ ଅଶାନ୍ତିର ମୂଳ କଣ ?
ଶାନ୍ତି ଓ ଅଶାନ୍ତି-ଏ ଦୁଇଟି ଯାକ ଆପେକ୍ଷିକ ଶବ୍ଦ  । ଆମେ ଆମ ପାଇଁ ଯାହାକୁ ଅଶାନ୍ତି କହୁଛୁ ହୁଏତ ଆଉ କାହା ପାଇଁ ତାହା ଆବଶ୍ୟକତା ହୋଇପାରେ  । ଯାହାକି ଶାନ୍ତି ଆଣିଦେବ  । ତେଣୁ ଜଣଙ୍କ ପାଇଁ ଯଦି ଅଶାନ୍ତି ଆଉ ଜଣଙ୍କ ପାଇଁ ତାହା ଶାନ୍ତି  । କହିବାକୁ ଗଲେ ଆମେ ବର୍ତ୍ତମାନ ଏଭଳି ଏକ ସମୟରେ ଅଛୁ ଯେ ଆମର ଇଚ୍ଛାର ସୀମା ନାହିଁ  । ଗୋଟିଏ ଇଚ୍ଛା ପୂରଣ ହେଲେ ଆଉ ଗୋଟିଏ ଇଛା ଆପଣାଛାଏଁ ସୃଷ୍ଟି ହେଉଛି  । ତେଣୁ ଶାନ୍ତି ଆସିବ କେଉଁଠୁ? ମଣିଷ ଯେତେ କମ୍ରେ ଚଳିବ ତାହା ନିକଟକୁ ସେତେ ଅଧିକ ଶାନ୍ତି ଆସିବ  । ଏଇଥିପାଇଁ ବୁଦ୍ଧ କହିଥିଲେ "କାମନାର ବିନାଶ ହିଁ ଦୁଃଖର ବିନାଶ  ।" ଅର୍ଥାତ୍ ସର୍ବନିମ୍ନ ଆବଶ୍ୟକତା ହିଁ ଶାନ୍ତିର ଜୀବନ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ