ଶିକ୍ଷକ ବଦଳି ବାତିଲ ଦାବିରେ ଧାରଣା
ନିଆଳି: ନିଆଳି ବ୍ଲକ୍ର ଦୁଇ ବିଦ୍ୟାଳୟର ଜୈନିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ବଦଳି ବାତିଲ୍ ଦାବିରେ ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଯେ, ଦେବୀ-କନ୍ଦଳ ଦ୍ୱୀପାଞ୍ଚଳ ରାଣୀଓଳା ପଞ୍ଚାୟତ ବରିଷଣ ସ୍ଥିତ ଶ୍ରୀ ବିଶ୍ୱନାଥ ବିଦ୍ୟାପୀଠର ଏକମାତ୍ର ଶିକ୍ଷା କର୍ମଚାରୀ ସଞ୍ଜୀବ କୁମାର ଜେନାଙ୍କ ଅନ୍ୟତ୍ର ବଦଳି ହେବା ଖବର ଜଣା ପଡିବା ପରେ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ମୋ ସ୍କୁଲ୍ କମିଟିର ସଦସ୍ୟମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିବା ସହିତ ସିଠାଳୋ କସର୍ଦା ରାସ୍ତା ରୋକ୍ କରିଥିଲେ । ଖବର ପାଇ ନିଆଳି ବ୍ଲକ୍ ବିଇଓଙ୍କ ନିଦେ୍ର୍ଦଶମତେ ସିଆର୍ସିସି ଓ ରମାକାନ୍ତ ମଲ୍ଲିକ ଓ ପ୍ରାଥମିକ ଶିକ୍ଷକ ସଙ୍ଘ ବ୍ଲକ୍ ସଭାପତି ରମାକାନ୍ତ ସ୍ୱାଇଁ ଧାରଣାକାରୀଙ୍କ ନିକଟରେ ପହଞ୍ଚô ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଫୋନ୍ରେ ଆଲୋଚନା କରିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ବାରିକ ସମ୍ପୃକ୍ତ କର୍ମଚାରୀଙ୍କ ବଦଳି ସ୍ଥଗିତ ରହିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ପରିଚାଳନା କମିଟିର ସଭାପତି ଶାନ୍ତଲତା ସ୍ୱାଇଁ, ମିନତୀ ପରିଜା, ସୁପ୍ରିୟା ପରିଜା, ଆରତୀ ପରିଜା, ସୁଜାତା ପରିଜା, ଜୟନ୍ତୀ ସେଠୀ, ଶ୍ରାବଣୀ ସାହୁ, ମନୋରମା ସାହୁ, ମୋ ସ୍କୁଲ୍ କମିଟିର ସଭାପତି ଅଭିମନୁ୍ୟ ସ୍ୱାଇଁ, ସମ୍ପାଦକ ବୁଦ୍ଧନାଥ ସ୍ୱାଇଁ, ଚିତ୍ତରଞ୍ଜନ ରାଉତରାୟ, ବେଲାଳସେନ ରାଉତରାୟ, ଦିଲ୍ଲୀପ କୁମାର ପରିଜାଙ୍କ ସମେତ ବହୁ ଅଭିଭାବକ ସାମିଲ ହୋଇଥିଲେ । ସେହିପରି ନିଆଳି ହାଇସ୍କୁଲ୍ର ଶିକ୍ଷକ ସ୍ୱାଧୀନ ବସ୍ତିଆଙ୍କୁ ଅନ୍ୟତ୍ର ଡେପୁଟେସନ୍ରେ ପଠାଯାଇଥିବା ଖବର ଜଣାପଡିବା ପରେ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ବିଦ୍ୟାଳୟର ଫାଟକରେ ତାଲା ପକାଇ ନିଆଳି-ଚାରିଛକ ରାସ୍ତରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଏବିଇଓ ଅନନ୍ତ ନାରାୟଣ ସିଂହ, ଏବିଇଓ ହିରଣ୍ୟମୟୀ ମିଶ୍ର ଘଟଣାସ୍ଥଳରେ ପହଞ୍ଚô ବୁଝାସୁଝା କରିଥିଲେ ମଧ୍ୟ ଧାରଣାକାରୀ ଧାରଣାରୁ ଉଠି ନଥିଲେ । ପରେ ନିଆଳି ତହସିଲ୍ଦାର୍ ଲିଲନ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚô ବଦଳି ସ୍ଥଗିତ ରହିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ନରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।