ଶିକ୍ଷକ ବଳରାମଙ୍କୁ ‘ସମାଜ ସାରଥୀ’ ସମ୍ମାନ
ବାଙ୍କୀ: ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ୯ମ ବାର୍ଷିକ ଉତ୍ସବ ୨୦୨୫ ପାଳନ ଅବସରରେ ଢଁସର ଗ୍ରାମ ପଂଚାୟତର ଆଦର୍ଶ ଶିକ୍ଷକ ବଳରାମ ପାଇକରାୟଙ୍କୁ ‘ସମାଜ ସାରଥୀ’ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କୁ ଫୁଲତୋଡା, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ପାଇକରାୟଙ୍କ ପେସା ଶିକ୍ଷକତା କିନ୍ତୁ ନିଶା ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷରୋପଣ ସହିତ ନିଜେ ·ରା ପ୍ରସ୍ତୁତ କରି ବିନା ମୂଲ୍ୟରେ ବଣ୍ଟନ କରିବା । ଏହି ମହତ କାର୍ଯ୍ୟ ପାଇଁ ଇଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟ ପକ୍ଷରୁ୨୦୨୦ମସିହାରେ ତାଙ୍କୁ ‘ପ୍ରକୃତିବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଛି ।