ବିଜେପିର ବନ୍ଧୁମିଳନ

ନିଶ୍ଚିନ୍ତକୋଇଲି :   ଦୀର୍ଘ ନଅ ମାସ ପରେ ବିଜେପି ସରକାର ଆସିଲା ପର ଠାରୁ ମାହାଙ୍ଗା ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ବିଜେପି ସମର୍ଥିତ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ ଏବେ ତାଙ୍କ ପତିଆରା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଜାରି ରଖିଛନ୍ତି । ତାଙ୍କ ପଛରେ ଜିଲ୍ଲା ବିଜେପି ସଭାପତି ଓ ରାଜ୍ୟ ବିଜେପି କର୍ମକର୍ତ୍ତାମାନେ ଅଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିଲା ବେଳେ ସୁମନ୍ତଙ୍କୁ ଆଗେଇ ନେବା ପାଇଁ ପ୍ରଶାସକ ଓ ସଂଗଠକ ସୁମନ୍ତଙ୍କ ପାଖେ ପାଖେ ଅଛନ୍ତି ବୋଲି ବିଜେପିର ବନ୍ଧୁମିଳନ ପର୍ବରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବନ୍ଧନ ମଣ୍ଡପ ଠାରେ ମାହାଙ୍ଗା ବିଜେପିର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୁଳିଆ ପାଖରୁ ବିରାଟ ପଟୁଆରେ ଅତିଥିମାନଙ୍କୁ ମୋଟର ସାଇକେଲ ରାଲିରେ ସଭାସ୍ଥଳକୁ ଅଣାଯାଇଥିଲା । ଏଥିରେ ମାହାଙ୍ଗା ବିଜେପି ପ୍ରାର୍ଥୀ ଶ୍ରୀମାନ୍ ସୁମନ୍ତ କୁମାର ଘଡେଇ ସଭାପତିତ୍ୱ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଧନଞ୍ଜୟ ବଳ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି ଯୋଗ ଦେଇଥିବାବେଳେ  ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ସଭାପତି ଶଶାଙ୍କ ଶେଖର, କଟକ ନଗର ସଭାପତି ସୁକାନ୍ତ ବିଶ୍ୱାଳ, ନିଆଳି ବିଧାୟକ ଛବି ମଳିକ, ବଡମ୍ବା ବିଧାୟକ ବିଜୟ ଦଳ ବେହେରା, କଟକ ସଦର ବିଧାୟକ ପ୍ରକାଶ ସେଠୀ, ପ୍ରକାଶ ପ୍ରଧାନ, ଓବିସି ଯୁବମୋର୍ଚ୍ଚା ସଂପାଦକ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ବହୁ ପୁରୁଖା ବିଜେପି କର୍ମୀମାନେ ଯୋଗ ଦେଇ ନଥିବା ଦେଖିବାକୁ ମିଳିଥିଲା ।