ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

 ବୈଶିଙ୍ଗା : ବେତନଟୀ ବ୍ଲକ ଅନ୍ତର୍ଗତ ନାଖରା ଗ୍ରାମରେ ସ୍ୱାଧିନତା ଦିବସ ଉପଲକ୍ଷେ ଫୋର୍ଡ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀଙ୍କ ପକ୍ଷରୁ ନାଖରା ସ୍କୁଲର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ମହାଳିକ, ଶିକ୍ଷକ ଅବନୀ ମହାନ୍ତି, ଶିକ୍ଷକ ସଞ୍ଜିବ ଓଝା, ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବିଶ୍ୱାଳ ଓ ରଶ୍ମିତା ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି  । ଏହି ସଭାକୁ ଲିୟନ୍ ଖଣ୍ଡା ପରିଚାଳନା କରିଥିଲେ  । ଶିକ୍ଷକ ସ୍କୁଲରେ ଛାତ୍ର ଗଠନ ବିଶ୍ୱକର୍ମା ଭାବରେ କାର୍ଯ୍ୟକରି ସମାଜ ଗଠନର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି  । ଏଥିରେ ରାଧାଶ୍ୟାମ ଖଣ୍ଡା, ଚନ୍ଦନ ଦାସ, ବେଣୁଧର ଦାସ, ଦେବଲକ୍ଷ୍ମୀ ବେହେରା ଓ ଜୀବନ ନାୟକ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ  । ସଞ୍ଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।