ଚିନ୍ଦାପଡା ଗଳିରାସ୍ତା ଶୋଚନୀୟ, ମରାମତି ଦାବି
ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ସଦର ଚିନ୍ଦାପଡା ଗଳିରାସ୍ତା ଅବହେଳିତ ଅବସ୍ଥାରେ ପଡି ରହିଛି । ସିନାପାଲିର ମୁଖ୍ୟ ରାସ୍ତା ଠାରୁ ବଡବନ୍ଧ ପୋଖରୀର ପର୍ଯ୍ୟନ୍ତ ଯାଇଥିବା ଚିନ୍ଦାପଡା ଗଳିିରାସ୍ତା ଅତି ଶୋଚନୀୟ ହୋଇଥିବାବେଳେ ଲୋକଙ୍କ ଚଳପ୍ରଚଳ କରିବାରେ ବାଧା ଉପୁଜିଛି । ରାସ୍ତାର ଅବସ୍ଥା ଖରାପ ଥିବା ଯୋଗୁଁ ଘର ସମ୍ମୁଖରେ କାଦୁଅ ପାଣି ଜମାଟ ବାନ୍ଧି ଦୁର୍ଗନ୍ଧ ସୃଷ୍ଟି ହେଉଛି । ସେହି ଅଞ୍ଚଳର ଲୋକେ କହିବା ଅନୁସାରେ ଏ ରାସ୍ତା ସିନାପାଲି ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର ପଚାଶ ମିଟର ଦୂରତାରେ ଥିଲେ ମଧ୍ୟ ଏହା ଉପରେ କାହାରି ଦୃଷ୍ଟିଗୋଚର ହେଉନାହିଁ କାହିଁକି ? ଏ ବାବଦକୁ ନେଇ ଅନେକ ଥର ନେତା ଏବଂ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଚିନ୍ଦାପଡା ଗଲିରାସ୍ତାକୁ ବ୍ୟବହାର କରୁଥିବା ଲୋକେ ସିନାପାଲି ସରପଞ୍ଚ ନିକଟରେ ଦାବି ରଖୁଛନ୍ତି ଯେ,ଏହି ରାସ୍ତା ଉପରେ ଦୃଷ୍ଟି ଗୋଚର କରି, ଯଥାଶୀଘ୍ର ରାସ୍ତାର ଉନ୍ନତିକରଣ କରାଯାଉ । ଏବେ ଦେଖିବାର ଅଛି ଜନସାଧାରଣଙ୍କ ଦାବି କେବେ ପୂରଣ ହେଉଛି ।