ସାମ୍ବାଦିକ ସଂଘର ଦାବିପତ୍ର ପ୍ରଦାନ

ଅନୁଗୁଳ : ଓଡ଼ିଶା ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ଓଡ଼ିଶାର ନିଷ୍ପତ୍ତିକ୍ରମେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡ଼ିୟୁଜେ) ପକ୍ଷରୁ ସାମ୍ବାଦିକମାନଙ୍କର ଦୀର୍ଘଦିନର ୩ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତିଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।  ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଜିତ୍‌ କୁମାର ଧରଙ୍କ ତତ୍ତ୍ୱାବଧାନରେ ସଂଘର  କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ସାହୁ, ସାଧାରଣ ସଂପାଦକ ସ୍ୱାଧୀନ କୁମାର ସାମଲ, ଉପଦେଷ୍ଠା ସନ୍ତୋଷ ମିଶ୍ର, ନିରଞ୍ଜନ ନାଏକ ଏବଂ ଜୟନ୍ତ କୁମାର କର, ମାନସ ମହାନ୍ତି, ଜଗନ୍ନାଥ ବେହେରା, ରାଜେଶ ପାତ୍ର, ସୁଧାକର ସାହୁ, ପ୍ରଫୁଲ୍ଲ ସିଂହ, ସୌରଚନ୍ଦ୍ର ସାହୁ ପ୍ରମୁଖ ଦୁଇ ବିଧାୟକଙ୍କୁ ଭେଟି ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସଂଘର ପ୍ରମୁଖ ଦାବି ଯଥା ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ଅନୁନ୍ୟ ୨୫ ହଜାର ଟଙ୍କା ପେନସନ ପ୍ରଦାନ, ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ରାଜ୍ୟରେ ସାମ୍ବାଦିକ ଅଧିସ୍ୱୀକୃତୀ କମିଟି ଗଠନ କରାଯାଉ ଓ ପିଆଇବି ଢ଼ାଞ୍ଚାରେ ରାଜ୍ୟ ଅଧିସ୍ୱୀକୃତୀ ନିୟମରେ ଆବଶ୍ୟକୀୟ ସଂଶୋଧନ କରାଯାଉ ଏବଂ ବରିଷ୍ଠ ସାମ୍ବାଦିକଙ୍କୁ ଭେଟରାନ୍‌ ଜୋର୍ଣ୍ଣାଲିଷ୍ଟ ଭାବେ ଅଧିସ୍ୱୀକୃତୀ ପ୍ରଦାନ କରାଯାଉ । ଏ ସମ୍ପର୍କରେ ଦୁଇ ବିଧାୟକଙ୍କୁ ଅବଗତ କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।