ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

 ବନ୍ତ : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଗଣିଜାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିନାୟକପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଏଜୁକେଟର ମଧୁସ୍ମିତା ତ୍ରିପାଠୀ ଓ ଶିଳ୍ପୀ ଗଣେଶ ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ୧୧ ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କର୍ମଶାଳାରେ ଯୋଗ ଦେଇ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପୂର୍ବକ ପ୍ରଦଶିତ କରିଥିଲେ । ଏହା ଦ୍ୱାରା ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ସହଜ ଓ ସୁଗମ କରିବା ସହିତ ସରକାରଙ୍କ ଅଭିନବ ପ୍ରୟାସ  । ଟୁଟୁ କୁମାର ପାଳ, ଗଗନବିହାରୀ ଦାସ, କଳ୍ପନା ଦାଶ, ଶିବାନନ୍ଦ ନାୟକ, ମମତା ମହାନ୍ତି, ପ୍ରଣତି ନାୟକ, ବିଜୟ ଲଷ୍ମୀ ଦାସ, ନିର୍ମଳା ବେହେରା, ସତ୍ୟବ୍ରତ ଦେହୁରୀ, ରଞ୍ଜନ କୁମାର ମୁଣ୍ଡା ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ କର୍ମଶାଳାରେ ଯୋଗ ଦେଇଥିଲେ । ପରିଶେଷରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଦକ୍ଷତା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।