ଋଣ ଆଦାୟ ମେଳା ଓ ପୁସ୍ତକ ଉନ୍ମୋଚିତ 

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜମଧର କୃଷି ସମବାୟ ସମିତିରେ ଋଣ ଆଦାୟ ମେଳା ଓ ପୁସ୍ତକ ଉନ୍ମୋଚନ ଓ ସାଧାରଣ ସଭା ସଭାପତି ଧରଣୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଡିଆରସିଏସ୍ ସନ୍ତୋଷ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ, ସିସିସିବିର ଶାଖା ପରିଚାଳନ ତାପସ ପ୍ରସାଦ ସିଂହ ସମ୍ମାନିତ ଅତିଥି ଭାବେ, ଉପସହକାରୀ ନିବନ୍ଧକ ଅଜୟ ରାଉତ, ଉପ ସଭାନେତ୍ରୀ ମମତା ପ୍ରଧାନ, ସରପଂଚ ରାଜ କିଶୋର ଖୁଣ୍ଟିଆ, ଧ୍ରୁବ ଚରଣ ସାହୁ, ଶିବ ପ୍ରସାଦ ବିଶ୍ୱାଳ, ପ୍ରମୋଦ ସାହୁ, କାର୍ତିକ ନାୟକ, ହରେକୃଷ୍ଣ ଦାସ ପ୍ରମୁଖ ଅନ୍ୟତମଅତିଥି ଭାବେ ଯୋଇଗ ଦେଇ ସମିତିର ଆୟବ୍ୟୟ ଓ ବାର୍ଷିକ ବିବରଣୀ ସମ୍ପାଦକ ବୈରାଗି ଚରଣ ସାହୁ ପାଠ କରିଥିଲେ । ଉପସ୍ଥିତ ଅତିଥି ଚାଷୀର ସମସ୍ତ ପ୍ରକାର ସୁବିଧା ପ୍ରତି ଗୁରୁତ୍ୱ ଦେବାକୁ ଆଲୋଚନା କରିଥିଲେ । ସଭା ଶେଷରେ ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ନିଦେ୍ର୍ଦଶକ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଚାଷୀ ଉପସ୍ଥିତ ଥିଲେ ।