ମା'ବାସୁଳେଇଙ୍କ ବାର୍ଷିକୋତ୍ସବ 

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ବିଶୋଳ ଠାରେ ମା' ବାସୁଳେଇଙ୍କ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଛି ।ପୂଜକ ରବିନ୍ଦ୍ର ପଣ୍ଡା ଓ ନାରାୟଣ ଚନ୍ଦ୍ର ଦାସ ବୈଦିକ ରୀତି ନୀତି ଅନୁଯାୟୀ ମାଁ ବାସୁଳେଇଙ୍କ ପୂଜାର୍ଚ୍ଚନା କରିଥିଲେ । ପୂଜକଙ୍କ ଦ୍ୱାରା ପୀଠରେ ସୂର୍ଯ୍ୟ ପୂଜା,ଗୁରୁ ପୂଜା,ଷୋଡଶ ଉପଚାର ପୂଜା ସହିତ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍କଳ୍ପ କର୍ତ୍ତା ଭାବେ ରାଜେନ୍ଦ୍ର କୁମାର ଖଣ୍ଡାଇ ଓ ସଙ୍ଗୀତା ଖଣ୍ଡାଇ ଦାୟିତ୍ୱ ନିର୍ବାହ କରିଥିଲେ । ଦିବସ ଭରି କାର୍ଯ୍ୟକ୍ରମରେ ଗ୍ରାମ ସମେତ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ବାର୍ଷିକୋତ୍ସବ ଆୟୋଜକ କମିଟି ପକ୍ଷରୁ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ପରିବେଷଣ ହୋଇଥିଲା । ଏହାଛଡା ଆଜି ଠାରୁ ଚାରି ଦିନ ବ୍ୟାପୀ ମା ବାସୁଳେଇଙ୍କ ପୀଠରେ ବାଦି ପାଲା ଅନୁଷ୍ଠିତ ହୋଇଛି ।