ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର 

 ଭୁବନେଶ୍ୱର :  ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ୟୁନିଟ ୬ ସ୍ଥିତ ନେତାଜୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆରଟିଇରେ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାଙ୍କ ମାଗଣା ପାଠ ପଢିବା ପାଇଁ ରାଜ୍ୟରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଯୋଜନା କାର୍ଯ୍ୟକାରୀ ହେଉଛି । ସଚେତନତା, ପ୍ରଚାର, ପ୍ରସାର ଶତ ପ୍ରତିଶତ ହେଲେ ଏହି ଯୋଜନା ସଠିକ କାର୍ଯ୍ୟକାରୀ ହେବ ବୋଲି ସଭାପତି ବାସୁଦେବ ଭଟ୍ଟ କହିଥିଲେ । ଧନୀ ପିଲାଙ୍କ ଭଳି ଆର୍ଥିକ ଦୁର୍ବଳ ଶ୍ରେଣୀ ପିଲାମାନେ  ପ୍ରାଇଭେଟ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ହେଉଛନ୍ତି । ଯୋଜନା ଅନୁଯାଇ ପିଲାଙ୍କୁ ସ୍କୁଲ ପୋଷାକ, ଜୋତା, ବହି ଆଦି ମାଗଣା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ତାହା ସ୍କୁଲ ମାନେ ପାଳନ କରୁନାହାନ୍ତି ତେଣୁ ମହାସଂଘ ସବୁ ଫୋରମରେ ଅଭିଯୋଗ ପରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ଭୁବନେଶ୍ୱର ଠାରେ ସରକାରଙ୍କୁ ଡାକି ସ୍ୱତନ୍ତ୍ର ଶୁଣାଣି କରିବାକୁ ନିଷ୍ପତି ନେଇଛନ୍ତି । ପ୍ରାୟ ସ୍କୁଲ ଏହି ଯୋଜନାର  ବାଟବଣା କରୁଛନ୍ତି । କେତେବେଳେ ପିଲାଙ୍କୁ ନାମଲେଖାରେ ଘୋଟଲା, ଯୋଜନା ଅନ୍ତର୍ଭୁକ୍ତ ପିଲାଙ୍କୁ ଅନ୍ୟ ପିଲାଙ୍କ ଭଳି ସ୍କୁଲ ପ୍ରଦତ୍ତ ଶିକ୍ଷାଦାନ ଭିତିକ ସୁବିଧାରୁ ବଂଚିତ କରିବା,ଅନ୍ୟତ୍ର ବସାଇବା, ବିଭିନ୍ନ ଆଳ ଦେଖାଇ ପଇସା ମାଗିବା ଆଦି ଅନେକ ସମସ୍ୟା । ପାରଦର୍ଶୀ ପୋର୍ଟାଲର ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଚାଲୁ ରହିଛି । ଏବର୍ଷ ପିଲାଙ୍କ ଆଡ଼ମିସନ ପ୍ରକ୍ରିୟା ସ୍ୱଚ୍ଛତା ସହିତ ଅଧିକ ଆବେଦନ ଓ ସିଟ ଆଲଟମେଣ୍ଟକୁ ଶତ ପ୍ରତିଶତ କାର୍ଯ୍ୟକାରୀ ପାଇଁ ଏକ  ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା । କମିଟି ର କର୍ମକର୍ତ୍ତା ମାନେ ଆଗାମୀ ଦିନରେ ଏହି ଯୋଜନାରେ ଅଧିକରୁ ଅଧିକ ପିଲାଙ୍କୁ ଆଡ଼ମିସନ କରାଇବା ସହିତ ସେହି ପିଲାମାନେ ପାଠ ପଢିବା ସମୟରେ ଯୋଜନା ଅନ୍ତର୍ଭୁକ୍ତ ସେମାନଙ୍କ ବିଭିନ୍ନ ସୁବିଧା ପ୍ରଦାନ ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।