ରାସ୍ତା ନିର୍ମାଣରେ ଅନିୟମିତତା

 ବୈଶିଙ୍ଗା  : ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାରୁ ବାଲେଶ୍ୱର ଜିଲ୍ଲାର ରୁପସା ପର୍ଯ୍ୟସ୍ତ ରାଜ୍ୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ସଂପୃକ୍ତ ଠିକାଦାରଙ୍କ ମନମାନି ପାଇଁ ପିଚୁରାସ୍ତା ମଝିରେ ଗଛ, ରାସ୍ତା ପାର୍ଶ୍ୱରେ ଫୁଟପାଥ ଠିକ୍ ଭାବରେ ନହେବା, ଉଚ୍ଚା ରାସ୍ତା ପାର୍ଶ୍ୱରେ ଗାର୍ଡ ୱାଲ୍ ନିର୍ମାଣନ କରିବା ଆଦି ଘଟଣା ପାଇଁ ବାରମ୍ୱାର ମିଡ଼ିଆ ମାଧ୍ୟମରେ ସଚେତନ କରାଯାଇଥିଲେ ମଧ୍ୟ କୌଣସି କଥାକୁ ଠିକାଦାର ଭୃକ୍ଷେପ ନକରିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି  । ରାସ୍ତା ନିର୍ମାଣ ପୂର୍ବରୁ ସରକାରୀ ସ୍ତରରେ ରାସ୍ତା ମାପ କରାଯାଇ ଚିହ୍ନଟ ପରେ ଜବରଦଖଲକାରୀଙ୍କୁ ସରକାରୀ ରାସ୍ତା ପାଇଁ ଉଦ୍ଦିଷ୍ଠ ଜମି ଛାଡ଼ିବାକୁ ନୋଟିସ ଦିଆଯାଇଥିଲା । ନୋଟିସ ପାଇଥିବା କିଛି ବ୍ୟକ୍ତି ଜମି ଛାଡିଥିଲେ ମଧ୍ୟ କିଛି ପ୍ରତିପତ୍ତିଶାଳୀ ବ୍ୟକ୍ତି ଅଦ୍ୟାବଧି ରାସ୍ତା ଜମି ଛାଡି ନାହାନ୍ତି । ବୈଶିଙ୍ଗା ବସଷ୍ଟାଣ୍ଡ ଅଞ୍ଚଳରେ ଏହି ରାସ୍ତାକୁ ଅବରୋଧ କରି କିଛି ଛୋଟ ଛୋଟ ଉଠା ଦୋକାନୀ ମାନଙ୍କୁ ଗତ ମାର୍ଚ୍ଚ ୧୯ ତାରିଖ ଦିନ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ଜରିଆରେ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇ ରାସ୍ତା କରାଯାଇଛି କିନ୍ତୁ୍ର ୫୦୦ ମିଟର ଦୂରରେ ଏକ ପୋଲ ନିର୍ମାଣ ପରେ ଗୋଟିଏ ପାର୍ଶ୍ୱରେ ନିୟମ ବର୍ହିଭୁତ କାର୍ଯ୍ୟ ପାଇଁ ଅସନ୍ତୋଷ ପ୍ରକାଶ ପାଇଛି  । ଡ୍ରେନ ନିର୍ମାଣ ଓ ରାସ୍ତା ଓସାରିଆ ପାଇଁ ଯଥେଷ୍ଟ ଜମି ଥିଲେ ମଧ୍ୟ ଡ୍ରେନକୁ ଠିକ୍ ଭାବରେ ନକରିବା ଯୋଗୁଁ ଆନେ୍ଦାଳନର ଚେତାବନୀ ଦିଆଯାଇଛି  । ସମସ୍ତଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକ । ଏସମ୍ପର୍କରେ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କୁ ପଚାରିବା ପରେ ସ୍ଥିତି ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।