ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା


ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର,: ଏହି ବ୍ଲକ ଅନ୍ତର୍ଗତ ନାଉପାଳ ଗ୍ରାମର ପିକେୟୁଜିଏମଇ ସ୍କୁଲର ସହକାରି ଶିକ୍ଷୟିତ୍ରୀ ସୁଷମା ସୁନ୍ଦରୀ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ପରିସରରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରବି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ସେଠୀ, ଅତିରିକ୍ତ ଶିକ୍ଷାଧିକାରୀ ଶେକ ନିଜାମ୍ମୁଦିନ, ସିଆରସିସି ବିଜୟ କୁମାର ରାୟ, ଦେବେନ୍ଦ୍ର କୁମାର ନାୟକ, ବିଶ୍ୱନାଥ ସାମଲ, ରମେଶ ଧଳ, ଅକ୍ଷୟ ସେଠୀ, ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ସ୍ୱାଇଁ, ପ୍ରଧାନ ଶିକ୍ଷୟିତ୍ରୀ ରୀନାରାଣୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଷମା ସୁନ୍ଦରୀ ସାହୁଙ୍କ କତ୍ତବ୍ୟ ନିଷ୍ଠା, ଛାତ୍ର ବସôଳତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅତିଥି ମାନପତ୍ର ଉପଢୌକନ ପ୍ରଦାନ କରି ଶିକ୍ଷୟିତ୍ରୀ ସୁଷମାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛା