ଆଦିବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଆଦିବାସୀମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ଆଦିମ କାଳରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରି ଆସୁଛନ୍ତି । ଶିକ୍ଷା ଓ ସଚେତନ ଅଭାବରୁ ସେମାନେ ସମାଜରେ ସର୍ବଦା ନିମ୍ନସ୍ତରରେ ରହି ଆସୁଛନ୍ତି । ଢେଙ୍କାନାଳ ଜିଲ୍ଲାରେ ୧୬୮ଟି ଗ୍ରାମରେ ସେମାନେ ରହୁଥିବା ବେଳେ ୨୦୧୮ମସିହା ସର୍ଭେ ରିପୋର୍ଟରେ ୧୦୯ ଗ୍ରାମ ତାଲିକାଭୁକ୍ତ କରାଯାଇଛି । ଅବଶିଷ୍ଟ ୫୯ଟି ଗ୍ରାମ ସରକାରଙ୍କ ସୁବିଧା ସୁଯୋଗରୁ ବଂଚିତ ଅଛନ୍ତି । ଗାଁରେ ସରପଞ୍ଚ ଓ ସରକାରୀ କର୍ମଚାରୀମାନଙ୍କ ହେୟ ମନୋଭାବ ପାଇଁ ଧନଜନ ଯୋଜନା, ଗୃହ, ପାନୀୟ ଜଳ, ରାସ୍ତାଘାଟ, ଘରଡିହ ପଟ୍ଟା, ସ୍ୱାସ୍ଥ୍ୟ ସୁବିଧା, ପାଖରେ ବିଦ୍ୟାଳୟ, ଓ ଅଙ୍ଗନବାଡି ନ ଥିବାରୁ ଶିକ୍ଷା ବ୍ୟବସ୍ଥା ଇତ୍ୟାଦିରୁ ବଞ୍ଚôତ ହୋଇ ଦୁର୍ଦ୍ଦିନରେ ଜୀବନ ଯାପନ କରୁଛନ୍ତି । ଏ ନେଇ ବ୍ଲକ ଅଫିସ୍କୁ ଯାଇ ଜଣାଇଲେ ମଧ୍ୟ ସରକାରୀ କର୍ମଚାରୀମାନେ ଜୁଆଙ୍ଗ ବସ୍ତିକୁ ଯାଇ ସଠିକ୍ ତଥ୍ୟ ନେଉନାହାନ୍ତି । ଯାହାଦ୍ୱାରା ସରକାରୀ ସୁବିଧା ସୁଯୋଗରୁ ସେମାନେ ବଞ୍ଚôତ ରହୁଛନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତେଣୁ ବାଦ ପଡିଥିବା ୫୯ ଗ୍ରାମକୁ ଜୁଆଙ୍ଗ ପିଭିଟିଜି ତାଲିକା ଭୁକ୍ତ କରାଇ ଜୁଆଙ୍ଗ ଜାତିର ସମସ୍ୟା ଉପରେ ଦୃଷ୍ଟି ଦେଇ ସୁବ୍ୟବସ୍ଥା କରିବାକୁ ସେମାନେ ଅଭିଯୋଗ ପତ୍ରରେ ଦାବି କରିଛନ୍ତି ।