ବାରିକ୍ ଆଣ୍ଡ କୋ ଲୁଟିନେଲେ କଳା ପାଉଁଶ!

 ଯଖପୁରା : କଳିଙ୍ଗନଗର ଶିଳ୍ପାଂଚଳ ସଦ୍ୟ ବିଷ ବଳୟ ଭିତରେ ରହିଛି । ପରିବେଶ ପ୍ରଦୂଷଣ ପାଇଁ କଳିଙ୍ଗନଗରରେ ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଅନେକ ଅଭିଯୋଗ କରୁଛନ୍ତି । ବାୟୁ ଠାରୁ ନଳକୂପ, ପୋଖରୀ ପାଣି ଦୂଷିତ ହେଉଛି । ସାଧାରଣ ଲୋକ ଠାରୁ ଆରମ୍ଭ କରି ପଥଚାରୀ ସମସ୍ତେ ଧୂଳି ଧୁଆଁର ଶୀକାର ହେଉଛନ୍ତି । ଏହାରି ଭିତରେ କିଛି ଦିନର ନୀରବତା ପରେ ପୁଣି ମୈଥାନ ପରିତ୍ୟକ୍ତ ପାଉଁଶ ଅଥବା କଳା ପାଉଁଶ ଲୁଟିବାର ନଜରକୁ ଆସିଛି । ଖରା ଦିନ ହୋଇଥିବାରୁ କଳା ପାଉଁଶ ପାଇଁ ସାଧାରଣ ଲୋକ କଲବଲ ହେଉଛନ୍ତି । ମୈଥାନ କାରଖାନା  କଳା ପାଉଁଶକୁ ବାରିକ୍ ଆଣ୍ଡ କୋ ବେପାର କରି ମାଲେମାଲ୍ ହେଉଥିବାବେଳେ ସାଧାରଣ ଲୋକ କଲବଲ ହେଉଛନ୍ତି । ତିନି ଚାରି ଦିନ ହେବ ଅତି ମାତ୍ରାରେ କଳା ପାଉଁଶ ବୁହା ଚାଲିଛି । ଯାହାର ଶୀକାର ହେଉଛନ୍ତି ପଥଚାରୀ । ରାସ୍ତାରେ କଳା ପାଉଁଶ ବୋଝେଇ ହୋଇଯାଉଥିବା ସମୟରେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କୌଣସି କଳା ପାଉଁଶ ବୋଝେଇ ଗାଡ଼ି ସବୁ ପାଲ ବାନ୍ଧି ଯାଉନାହାନ୍ତି । ଫଳରେ ଗାଡ଼ି ବୋଝେଇ କରି ଯିବା ସମୟରେ ପାଉଁଶ ଉଡିÿ ଲୋକଙ୍କ ଆଖି, କାନ, ନାକରେ ପଶି ବେଦମ୍ କରୁଛି । କଳା ପାଉଁଶ ରାସ୍ତାରେ ପଡ଼ି ରହୁଥିବାରୁ ଯେ କୌଣସି ଗାଡ଼ି ଯିବା ଆସିବା କରିବା ସମୟରେ ପାଉଁଶ ଉଡ଼ି ପଥଚାରିଙ୍କୁ କଷ୍ଟ ଦେଉଛି ବୋଲି ଅଭିଯୋଗ ହୋଇଛି । କଳା ପାଉଁଶ ବେପାରର ଚେର ପାରାଦୀପ ଠାରୁ ଆରମ୍ଭ କରି ଚଣ୍ଡିଖୋଲ ପର୍ଯ୍ୟନ୍ତ ଲମ୍ବିଛି । ପୁଣି ବାଲେଶ୍ୱରରୁ ଚୌଦ୍ୱାରର ମଙ୍ଗୁଳି ପର୍ଯ୍ୟନ୍ତ ଲମ୍ବିଛି ।
କୋଇଲାର ଅପମିଶ୍ରଣରେ କଳା ପାଉଁଶ ବ୍ୟବହାର ବିପୁଳ ପରିମାଣରେ କରାଯାଉଛି । ଅତି କମ୍ ଦରରେ ପାଉଁଶକୁ କିଣାଯାଇ କୋଇଲାରେ ମିଶାଇ ତାକୁ ଅତି ଉଚ୍ଚ ଦରରେ ବିକ୍ରି କରାଯାଉଛି । ଯାହାର ଫାଇଦା ଠିକାଦାରକୁ ମିଳୁଥିବା ବେଳେ ରାସ୍ତା ଘାଟ ପ୍ରଦୂଷଣ ହେଉଛି । କଳା ପାଉଁଶକୁ କାରଖାନା ମଧ୍ୟରୁ ଟନ୍ ମାତ୍ର ୫୦ଟଙ୍କାରେ କିଣାଯାଇ ତାକୁ ବାହାରେ ବା କୋଇଲା ଡିପୋରେ ଉଚ୍ଚ ଦରରେ ବିକ୍ରି କରାଯାଉଛି । ସ୍ଥାନୀୟ ଅଞ୍ଚଳରେ କଳା ପାଉଁଶକୁ ବହୁଳ ପରିମାଣରେ ବ୍ୟବହାର କରାଯାଉଛି ଯାଉଛି । ଫଳରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ସଦ୍ୟ ସ୍ଥାନୀୟ ଅଂଚଳରେ ମୋରମର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଖାଲ ଜମି ପୋତିବାରେ କଳା ପାଉଁଶକୁ ବ୍ୟବହାର କରାଯାଉଛି । ପ୍ରଦୂଷଣ ବୋର୍ଡର ଅଧିକାରୀ କହିଛନ୍ତି କି ଯଦି ଏଭଳି କେଉଁ ସ୍ଥାନରେ କଳା ପାଉଁଶକୁ ବ୍ୟବହାର କରାଯାଉଛି ତେବେ ଆମ ନଜରକୁ ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । ଆଗାମୀ ଦିନରେ କଳା ପାଉଁଶର ପ୍ରଦୂଷଣ ପାଇଁ ସ୍ଥାନୀୟ ରାବଣା, କେଦୁଢିପ, ବରପାଲ, ଦଶମାଣିଆ, ଯଖପୁରା, ମାନତିରା ଆଦି ଗ୍ରାମ ପ୍ରଭାବିତ ହେଉଥିବାରୁ ଏହାକୁ ନେଇ ଜନ ଆନେ୍ଦାଳନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।