ଶିଶୁ ପୁତ୍ର ଚୋରି, ଜଣେ ଅଟକ  

 ନୀଳଗିରି : ବିବାହିତା ଝିଅ ବାପ ଘରକୁ ବୁଲିବାକୁ ଆସିଥିବା ବେଳେ ରାତିରେ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ପ୍ରକାଶ ଯେ, ନୀଳଗିରି ବ୍ଲକ ଅଧିନ ବରହମପୁର ଅଞ୍ଚଳର ବାଦଲ ସିଂ ସ୍ତ୍ରୀ ସାରସ୍ୱତୀ ସିଂ ଓ  ୬ମାସର ପୁଅ ପିୟୁଷ ସିଂଙ୍କ ସହ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ହାତୀଖୋଲିଆ ଗ୍ରାମର ଶ୍ୱଶୁର ଘରକୁ ଗତ ୧୧ତାରିଖ ମଙ୍ଗଳବାର ଦିନ ବୁଲିବାକୁ ଆସିଥିଲେ । ରାତିରେ ଖିଆପିଆ ସାରି ଶ୍ୱଶୁର ଘରେ ସମସ୍ତେ ଶୋଇ ପଡ଼ିଥିଲେ । ଶିଶୁ ପୁତ୍ର ପିୟୁଷ ସହିତ ମା’ ସାରସ୍ୱତୀ ଏବଂ ଗ୍ରାମର ପଡୋଶୀ ଲେଙ୍କ ସିଂର ଝିଅ ନନ୍ଦିନୀ ସିଂ (୨୨) ଗୋଟିଏ ଘରେ ଶୋଇଥିଲେ । ସକାଳେ ଶିଶୁପୁତ୍ରକୁ ନ ପାଇ ବାପ ଘର ପରିବାରର ସମସ୍ତ ସଦସ୍ୟ ଖୋଜା ଖୋଜି କରିଥିଲେ ମଧ୍ୟ ଶିଶୁ ପୁତ୍ରକୁ ପାଇନଥିଲେ । ଠିକ୍ ସେହି ସମୟରେ ନନ୍ଦିନୀ ସ୍ଥାନ ଛାଡ଼ି ପଲେଇ ଯାଇଥିଲା । ଅଭିଯୋଗ ଆଧାରରେ ନୀଳଗିରି ପୁଲିସ ଶିଶୁପୁତ୍ରକୁ ଚାନ୍ଦିପୁର ଅଞ୍ଚଳରୁ ଉଦ୍ଧାର କରିବା ପରେ ନୀଳଗିରି ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ନନ୍ଦିନୀ ସିଂ ନାମରେ ମାମଲା ରୁଜୁ କରାଯାଇ ଥିବା ବେଳେ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ପୁଲିସ ପ୍ରକାଶ କରିଛି ।