ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିଭା ସମ୍ବର୍ଦ୍ଧନା
ବନ୍ତ: ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଙ୍ଗିରା ଶାସନରେ ସ୍ୱର୍ଗତ ସତ୍ୟଭାମା ପହିଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିଭା ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ରାଜନୀତିଜ୍ଞ ନିରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ରମାକାନ୍ତ ଜେନା, ସୁଧୀର କୁମାର ରାଉତ, ରମାକାନ୍ତ ରାଉତ,ଦୁର୍ଯେ୍ୟାଧନ ଜେନା, ସୁଦର୍ଶନ ଘଡ଼ାଇ, ବିନତା ଜେନା, ଅରୁଣ କୁମାର ପଟ୍ଟନାୟକ, ଅନିଲ ନାୟକ, ଅଭିମନୁ୍ୟ ସେନାପତି, ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ସତ୍ୟଭାମା ପହି ଜଣେ ଦୟାଳୁ, ପରୋଉପକାରୀ, ଅନୁଷ୍ଠାନ ପ୍ରେମୀ ଥିଲେ ବୋଲି ଆଜି ଏକ ବର୍ଷ ପରେ ମଧ୍ୟ ଲୋକେ ଝୁରୁଛନ୍ତି ବୋଲି କହିଥିଲେ । ଏହି ଅବସରରେ ପ୍ରତିଭା ଧାରିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅରଣ୍ୟ ପହି, ତପସ୍ୱିନୀ ପହି, ରମାକାନ୍ତ ପହି, ଯଶୋବନ୍ତ ପହି, ଶଶଧର ପହି, ଆରତୀ ପହି, ନବଘନ ପହି, ଶିବ ଚରଣ ପହି ସମେତ ସ୍ମୁତି ସଂସଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।