ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

 ଭଦ୍ରକ : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ଚରମ୍ପା, ଭଦ୍ରକ ଠାରେ ମାନସିକ ଅସୁସ୍ଥତା ଜାତୀୟ ଆଇନ୍ ଶାରିରୀକ ଅକ୍ଷମତା ତଥା ମାନସିକ ଅସୁସ୍ଥତା, ଯୋଜନା ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ଅରୋଲିପି ପରିଜା, ଭାରାପ୍ରାପ୍ତ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ,  ପବିତ୍ର କୁମାର ଦାସ, ଜିଲ୍ଲା  ସାମାଜିକ ସୁରକ୍ଷା ଅଧିକାରୀ, ଭଦ୍ରକ,  ଭଗବାନ ପରିଡ଼ା, ସାଧରଣ ସଂପାଦକ, ସି.ଆର. ଏସ୍. ଆର, ଭଦ୍ରକ, ମୋଜାହିଦ ଅଖତର ଖାନ, ଡେପୁଟି, ଏଲ ଏଡି ଏସ୍ସ୍, ଭଦ୍ରକ, ତାପସ କୁମାର ମହାନ୍ତି, ବହ୍ନିଶିଖା ବିଶ୍ୱାଳ, ସହକାରୀ, ଏଲଏଡିଏସସ, ଭଦ୍ରକ ତଥା ସି.ଆର.ଏସ. ଆର.ର ସମସ୍ତ କର୍ମୀଗଣ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ସମସ୍ତ ଅଭିଭାବକ ତଥା ମାନସିକ ଅସୁସ୍ଥତା ତଥା ଶାରିରୀକ ଅକ୍ଷମତା ସଂପନ୍ନ  ଲୋକମାନଙ୍କୁ ଜାତୀୟ ଆଇନ୍ ସେବା ସହ ଯୋଜନା ୨୦୨୪ ଯାହାକି ସେମାନଙ୍କୁ ଅତ୍ୟନ୍ତ ଉପାଦେୟ ମୂଳକ ତଥ୍ୟଦାନ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଭୌରବ ନାଥ, ହଳଦୀଡୀହ, ଭଦ୍ରକ, ସଞ୍ଜୁକ୍ତା ସାହୁ, ନଦୀଗାଁ, ଧୂସୁରୀ, ଭଦ୍ରକ, ସମ୍ଭୁନାଥ ସେଠୀ, ଖଟୁଆ ପାଟଣା, ସୁନ୍ଦରପୁର, ·ନ୍ଦବାଲୀ, ଭଦ୍ରକ, ମନୋଜ କୁମାର ପ୍ରଧାନ, ଦଶମଣିଆ, ଡୁବୁରି, ଆଦି ହିତାଧିକାରୀ ମାନଙ୍କୁ ସହାୟତା ଉପକରଣ ପ୍ରଦାନ କରାଯାଇ ସେମାନଙ୍କୁ ଉସôାହିତ କରାଯାଇଥିଲା । ସେମାନେ ବି କୌଣସି କ୍ଷେତ୍ରରେ କମ୍ ନୁହନ୍ତି । ୯୦ରୁ ଉଦ୍ଧ୍ୱର୍ ମାନସିକ ଅସୁସ୍ଥତା ତଥା ଶାରୀରିକ ଅକ୍ଷମତା ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହାୟକ ହୋଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ  କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ ।