ଶ୍ରମିକ ସଚେତନତା ରଥର ଶୁଭାରମ୍ଭ 

 ରାୟଗଡ଼ା: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅନୁକୂଲ୍ୟରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି । ଏହି ସଚେତନତା ରଥକୁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଶୁଭାରମ୍ଭ କରିଛନ୍ତି । ଏହା ଚଳିତ ମାସସାରା ଜିଲ୍ଲାର କୋଣ ଅନୁକୋଣ ପରିଭ୍ରମଣକରି ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ଦିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା, ପ୍ରବାସୀ ଶ୍ରମିକ ଆଇନ ଓ ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବ । ବିଭାଗୀୟ ଶ୍ରମ ଆୟୁକ୍ତ ସୁବାଷ ମଣ୍ଡଳ, ସମସ୍ତ ସହକାରୀ ଶ୍ରମ ଅଧିକାରୀ ଓ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।