କୁଆଖିଆ ଥାନା ଘେରିବାକୁ ଚେତାବନୀ

କୁଆଖିଆ ଥାନା ଘେରିବାକୁ ଚେତାବନୀ


ଯାଜପୁର: କୁଆଖିଆ ଥାନା ଅଧୀନରେ ଷଡ଼ମ୍ବା ଗ୍ରାମରେ ହୋଲି ଦିନ ରଙ୍ଗଖେଳାକୁ ନେଇ ଅସ୍ପୃଶ୍ୟତା ଓ ଜାତିଗତ ହିନମାନ୍ୟତା ସହ ଆକ୍ରୋଶ ମୂଳକ ଭାବେ ଦଳିତ ଯୁବକଙ୍କୁ ଆକ୍ରମଣ ହୋଇଥିଲା । ଏହା ପରେ ଘରଭିତରେ ପଶି ମହିଳାଙ୍କୁ ନିର୍ଯ୍ୟାତନା ଓ ପରିବାରର ୭ ଜଣଙ୍କୁ ଘରଭିତରେ ପଶି ଆକ୍ରମଣ ନେଇ କୁଆଖିଆ ଥାନା କେଶ ନମ୍ବର ୧୩୧/୨୪ ରେ ପଞ୍ଜିକରଣ ହୋଇଛି । ମାମଲାରେ ଥାନାରେ ପୁଲିସ ଏଏସଆଇ ଜୟନ୍ତ ଦାସ ପାଣଙ୍କୁ ଜିଅନ୍ତା ଜାଳିଦିଅ କହିବା ସହ ଜଣେ ମହିଳା ପୁଲିସ ନିଶା ମହାରଣା କହି ଉଦେ୍ଦଶ୍ୟ ମୂଳକ ଭାବେ ତାତ୍ସଲ୍ୟ କରିଥିବାର ଅଭିଯୋଗ ଏସପିଙ୍କ ନିକଟରେ କରିଛନ୍ତି । ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଜାତିଗତ ବିଭେଦ ରଖି କାଯ୍ୟନୁଷ୍ଠାନ ନେଉ ନାହାନ୍ତି । ଏପରିକି ନିଷ୍କ୍ରିୟ ହୋଇ ଆସାମୀ ମାନଙ୍କ ବିରୁଦ୍ଧରେ କୋହଳ ମନୋଭାବ ନେଉଥିବାରୁ ସେମାନେ ଧମକ ଚମକ ଦେଇ ଭୟଭୀତ କରାଇ ରାସ୍ତା ବନ୍ଦ କରୁଛନ୍ତି । ସେହିପରି ଜିଲାରେ କ୍ରମାଗତ ଦୁଇ ବର୍ଷ ମଧ୍ୟରେ ଧର୍ମଶାଳା ଥାନା କେଶ ନମ୍ବର ୨୪୭/୨୪ କୁଆଖିଆ ୪୩୦/୨୩ ମାମଲାରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସଂଗଠନ ତରଫରୁ ଅଭିଯୋଗ କରାଯାଇଛି । ଯଦି ତୁରନ୍ତ ଗିରଫ କରାନଯାଏ ତେବେ ଆସନ୍ତା ୯ତାରିଖରେ କୁଆଖିଆ ଥାନାରେ ମୂଳନୀବାସୀ ୟୁନାଇଟେଡ଼ ଫୋରମ ତରଫରୁ ଗଣଧାରଣା କରାଯିବ ବୋଲି ଜଣାଇଦେଇଛନ୍ତି । ଏହିମାମଲା ସହ ଜିଲ୍ଲାରେ ଦଳିତ ମାନଙ୍କୁ ଜିଲ୍ଲାରେ ଲଗାତାର ଜାତିଗତ ଟାର୍ଗେଟ କରି ଏହି ମାମଲାର ଗମ୍ଭୀରତା ଓ ଗୁରୁତ୍ୱ ଥିବାରୁ ଏହାର ଉଚ୍ଚସ୍ଥରୀୟ ତଦନ୍ତ ଓ ସମସ୍ତ ଆସାମୀଙ୍କୁ ଗିରଫ କରାଯିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିବେଦନ କରାଯାଇଛି । ଅନ୍ୟପକ୍ଷରେ ଯୁନାଇଟେଡ଼ ଫୋରମ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନାଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରୋଶ ମୂଳକ ଭାବେ ଗିରଫ କରି ଗଣତାନ୍ତ୍ରିକ ସାମ୍ବିଧାନିକ ଆନେ୍ଦାଳନକୁ ଭଣ୍ଡୁର କରିବାକୁ ହୀନ ପ୍ରୟାସ ଷଡଯନ୍ତ୍ର ଓ ଭୟଭୀତ ହୋଇ କରୁଛନ୍ତି । ଏପରିକି ମୁକ୍ତ ଅବାଧ ନିର୍ବାଚନ ସମୟରେ ନିର୍ଦ୍ଧିଷ୍ଟ ଗୋଷ୍ଠୀର ହାତବାରିସୀ ସାଜିଥିବାରୁ ତାଙ୍କୁ ତୁରନ୍ତ ବଦଳି ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରତାପ ଦାସ, କୋରେଇ ବ୍ଲକ ସଭାପତି ସହଦେବ ଜେନା, ଜିଲ୍ଲା ସଂଯୋଜକ ଉମାକାନ୍ତ ମଲ୍ଲିକ, ସମ୍ପାଦକ ବିଶ୍ୱନାଥ ପାତ୍ର, ପିନାକୀ ରଞ୍ଜନ ମଲ୍ଲିକ, ମାୟାଧର ମଲ୍ଲିକ, ରମେଶ ମଲ୍ଲିକ, ଅଭିଯୋକାରିଣୀ ଲିପି ମଲ୍ଲିକ, ଦିଲ୍ଲୀପ ଜେନା, ତୋଫାନ ମଲ୍ଲିକ ଜିଲ୍ଲା ଯୁବ ସଭାପତି ପଙ୍କଜ ମଲ୍ଲିକ, ରସୁଲପୁର ସଭାପତି ମାନସ ମଲ୍ଲିକ, ବରୀ ସଭାପତି କ୍ଷେତ୍ରବାସୀ ଦାସ, ଆମ୍ବେଦକର ଫାଉଣ୍ଡେସନ ସଭାପତି ସୁରେନ୍ଦ୍ର ମଲ୍ଲିକ, କ୍ଷୀରୋଦ ଦାସ ପାଣିକୋଇଲି ସଭାପତି ରବୀନ୍ଦ୍ର ମଲ୍ଲିକ ଆସାମୀ ମାନଙ୍କୁ ଗିରଫ ପାଇଁ ଜିଲ୍ଲାପାଳ, ଜିଲ୍ଲା ଏସପି ଭିନୀତି ଅଗ୍ରୱାଲଙ୍କ ସହ ଦାବି କରିଛନ୍ତି । ଫୋରମ ତରଫରୁ ଲିଖିତ ଜଣାଇଛନ୍ତି ।