୨୦୦୩ ବ୍ୟାଚର ବନ୍ଧୁମିଳନ
ଏରସମା : ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ କପ୍ତେଶ୍ୱର ବିଦ୍ୟାପୀଠ ୨୦୦୩ ମାଟ୍ରିକ୍ ବ୍ୟାଚ୍ର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଢ଼ିଙ୍କିଆ ଜଟାଧାର ବେଳାଭୂମି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ । ଏଥିସହିତ ପରସ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ । ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ସୋମନାଥ ମଲ୍ଲିକ, ଗୁରୁପ୍ରସାଦ ସାହୁ, କୈଳାସ ସେଠୀ, ପ୍ରମୋଦ ଦାସ, ରାଜକିଶୋର ବରାଳ, ଜୀବନ ଦାସ, ମନୋରମା ସାହୁ, ଅମୀତା ମହାନ୍ତି, ରେବତୀ ସୂତାର, ପ୍ରୀତି ସ୍ୱାଇଁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।