ମହିଳା ଅଧିକାର ଆଇନ ଆଲୋଚନାଚକ୍ର

 ଆସିକା: ସ୍ଥାନୀୟ ସାବିତ୍ରୀ କଲ୍ୟାଣ ମଣ୍ଡପରେ ବ୍ଲକ୍ସ୍ତରୀୟ ମହିଳାଙ୍କ ଉପରେ ହେଉଥିବା ହିଂସା, ମହିଳା ଅଧିକାର ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆସିକା ବ୍ଲକ୍ ସିଡିପିଓ ଇନ୍ଦିରା ମହାପାତ୍ରଙ୍କ ପୌରହିତ୍ୟରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରେଶମା ଦୋରା, ଜିଲ୍ଲାପରିଷଦ ସଦସ୍ୟ ଅନିମା ପରିଡା, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ବରିଷ୍ଠ ହିସାବ ରକ୍ଷକ ଗୋପାଳକୃଷ୍ଣ ବେହେରା, ଆସିକା ତାଲୁକ ଆଇନ ସେବା ପ୍ରାଧିକରଣର ସଦସ୍ୟ ତଥା ସମ୍ବଳ ବ୍ୟକ୍ତି ମଧୁସ୍ମିତା ନାୟକ, ଜିଲ୍ଲାସ୍ତରୀୟ ତାଲିମ ଦାତା ହରିହର ପାଢ଼ୀ, ସଖୀର ସବିତା ଦଳ ବେହେରା, ସଖୀ ସଦନର ଲିପସା ରାଣୀ ଦାଶ, ଗୀତାଞ୍ଜଳି ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନାଚକ୍ରରେ ମହିଳାଙ୍କ ଲିଙ୍ଗ ଭିତ୍ତିକ ହିଂସାର ପ୍ରକାର, କାରଣ ଏବଂ ପ୍ରଭାବ, ମହିଳାଙ୍କ ଲିଙ୍ଗଗତ ଅଧିକାର ଏବଂ ସୁରକ୍ଷା, ଶିକ୍ଷା ଓ ଚାକିରିର ଅଧିକାର, ପ୍ରଜନନ ଏବଂ ମାତୃ ସ୍ୱାସ୍ଥ୍ୟ ଅଧିକାର, ଅସମାନତା ଆଦି ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡି, ଏସ୍ଏଚ୍ଜି ମହିଳା, ସ୍ୱେଚ୍ଛାସେବୀ ସଂଗଠନ, ପଞ୍ଚାୟତରାଜ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।  କାର୍ଯ୍ୟକ୍ରମ ଅଂଚଳ ପରିଦର୍ଶିକା ଦୀପ୍ତି ଧୋବା, ରଂଯୁକ୍ତା ସ୍ୱାଇଁଁ ପ୍ରମୁଖ ସହଯୋଗ କରିଥିଲେ ।