ଜୁନିୟର ରେଡ୍କ୍ରସ ତାଲିମ ଶିବିର    

 ଢେଙ୍କାନାଳ: ୩ ଦିନ ବ୍ୟାପୀ ସୁନ୍ଦରୀଖାଲ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ୩୬ତମ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ୍ ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରକୁ  ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ  ସଭାପତିତ୍ୱରେ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସଭା ଆୟୋଜନ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ପାତ୍ର ପରସ୍ପରକୁ ସାହାଯ୍ୟର ହାତ ବଢ଼ାଇ ସେବା ମନୋବୃତ୍ତି ନେଇ ସହଯୋଗ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରେଡ଼କ୍ରସ ଶାଖାର  ଭାଇସ ପ୍ରେସିଡ଼େଣ୍ଟ ବିରଞ୍ଚି ନାରାୟଣ ପାଣି, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଯୋଗ ଦେଇଥିଲେ ।