ଶ୍ରୀ ଗୋପୀନାଥ ଜୀୟୁ ପାଠାଗାର ଉଦ୍ଘାଟିତ
ାା ପ୍ରଭାନୁ୍ୟଜ ।ା ନିଆଳି: ନିଆଳି ବ୍ଲକ୍ ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ ଶଗଡାଇଲୋ ପଞ୍ଚାୟତ ଶେଳଦା ଗ୍ରାମରେ ଶ୍ରୀଗୋପୀନାଥ ଜୀୟୁ ପାଠାଗାର ଉଦ୍ଘାଟିତ ହୋଇଯାଇଛି । ଗାଁମଧ୍ୟ ଭାଗରେ ଅନୁଷ୍ଠିତ ପାଠାଗାରକୁ ଗାଁର ସୁଯୋଗ୍ୟ ସନ୍ତାନ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ୱାଇଁ ଫିତା କାଟି ଉଦ୍ଘାଟନ କରିବା ସହ ଗ୍ରାମବାସୀଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଗାଁମୁଣ୍ଡ ଶ୍ରୀ ଶ୍ରୀ ଗୋପୀନାଥ ଜୀୟୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ନିଆଳି ବ୍ଲକ୍ ପ୍ରଥାମିକ ସଂଘର ସଭାପତି ରମାକାନ୍ତ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ସ୍ୱେଚ୍ଛାସେବୀ ସଙ୍ଗଠନ ଛାତ୍ର ଯୁବ ବିକାଶ ପରିଷଦ (ସିଭିପି)ର ମୁଖ୍ୟ ଆଡ୍ଭୋକେଟ୍ ସରୋଜ କୁମାର ସ୍ୱାଇଁ ମଞ୍ଚ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଅତିଥି ଭାବେ ସାହିତି୍ୟକ କାର୍ତ୍ତିକ ଚନ୍ଦ୍ର ଷଢଙ୍ଗୀ, ବରିଷ୍ଠ ଓଡିଆ ପ୍ରଧ୍ୟାପକ ରାମଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଶିକ୍ଷା ଅନୁନୀରିକ୍ଷକ ପ୍ରେମାନନ୍ଦ ମହାପାତ୍ର, ସିଭିପି ସଭାପତି ଡ଼ଃ ପୀତାମ୍ବର ସାହୁ, ପ୍ରାକ୍ତନ ସଭାପତି ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ସ୍ୱାଇଁ, କାଳିନ୍ଦୀ ପ୍ରଧାନ, ମାଗୁଣୀ ସ୍ୱାଇଁ ଓ ପାଲାକାର ଉଗ୍ରସେନ ପାଢୀ ପ୍ରମୁଖ ଯୋଗ ଦେଇ ଜ୍ଞାନ ପୀପାସୁ ପାଠକ ଚାହିଁଲେ ହିଁ ପାଠାଗାର ସ୍ଥାପନାର ସାର୍ଥକତା ପ୍ରତିପାଦିତ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ସ୍ୱାଇଁ, ସୁଦର୍ଶନ ବେଉରା, ଅଶ୍ୱିନୀ ସ୍ୱାଇଁ, ଚିନ୍ମୟ କୁମାର ପାଢୀ, ଶୁଭ୍ରାଂସୁ ସତ୍ୟଜିତ୍ ସ୍ୱାଇଁ, ଅଭିଷେକ ବେଉରା ଓ ଗୋପନ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଶୁଭାଶିଷ ଶୁଭଙ୍କର ଧନ୍ୟବାଦ ଦେଇଥିଲେ ।