ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


 ଯାଜପୁରଟାଉନ  : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ମନ୍ଦିର ପରିସର ଓ ମାହାର ଉନ୍ନୟନ କାର୍ଯ୍ୟ ସହିତ ବିରଜା କ୍ଷେତ୍ରର ସର୍ବାଙ୍ଗିନ ଉନ୍ନତି ଉଦେ୍ଦଶ୍ୟରେ ନବ ଗଠିତ ବିରଜାକ୍ଷେତ୍ର ଉନ୍ନୟନ ପରିଷଦ ପକ୍ଷରୁ ଜିଲାପାଳ ପି.ଅନ୍ୱେଷା ରେଡ଼ିଙ୍କୁ ୩ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ପରିଷଦର ବରିଷ୍ଠ କାର୍ଯ୍ୟକର୍ତା ସନ୍ତୋଷ କୁମାର ମଲ୍ଲିକ, ଭବପ୍ରସାଦ ଦାସ, ରାଷ୍ଟ୍ରୀୟ ବଜରଙ୍ଗଦଳ ସଭାପତି ଅରବିନ୍ଦ ଦାସ, ବଳଭଦ୍ର ଦାସ, ସନ୍ତୋଷ କୁମାର ନନ୍ଦ, ପ୍ରତିମା କର, ସନ୍ତୋଷ ବେହେରା, ପଣ୍ଡିତ ଭୂପତିଭୂଷଣ ମିଶ୍ର, ଦେବୀପ୍ରସାଦ ପାଣି, ସୁଧାଂଶୁଭୂଷଣ ଆ·ର୍ଯ୍ୟ, ଦେବଦତ ଦାସ, ପୂର୍ଣ୍ଣଚନ୍ଦ୍ର ଦେଓ, ଅରୁଣ ରାଉତରାୟ, ସନ୍ଦିପ୍ତ ରାୟ, ସୁବାସ ପାଣି, ହରେକୃଷ୍ଣ ସାହୁ, ମୃତୁ୍ୟଞ୍ଜୟ ପଟ୍ଟନାୟକ, ସୁବାଶିଷ ରାଉତ, ଅଜୟ ରାଉତରାୟ, ଭରତ ଚନ୍ଦ୍ର ବେହେରା, ଦେବତୋଷ ମହାନ୍ତି, ନଟବର ଦାସ, ମହେନ୍ଦ୍ର ବାରିକ, ବାଦଲ ନାୟକ, ଗୌତମ ପ୍ରସାଦ ସାହୁ, ଶ୍ରୀକାନ୍ତ ଜେନା, ପବିତ୍ର ମହାନ୍ତି, ଅଜୟ ନନ୍ଦ କବି, ବିଜୟ ରଣା, ସୁରେନ୍ଦ୍ର ରଣା, ରାଜେନ୍ଦ୍ର କୁମାର ପ୍ରଧାନ, ଚିତରଂଜନ ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ଜିଲାପାଳଙ୍କୁ ଭେଟି ଯାଜପୁରର ଏତିହ୍ୟ, ସଂସ୍କୃତିର ସୁରକ୍ଷା ସହିତ, ଯାଜପୁରକୁ ଏକ ଅଗ୍ରଣୀ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ରଭାବେ ଗଢ଼ିତୋଳିବା ନିମନ୍ତେ ପୂର୍ବରୁ ବରାଦ ହୋଇଥିବା ବହୁ କୋଟି ଟଙ୍କାର ସଦୁପଯୋଗ କରି ଅବିଳମ୍ବେ ଅଧପନ୍ତରିଆଭାବେ ପଡ଼ିରହିଥିବା ନିର୍ମାଣାଧିନ ପ୍ରକଳ୍ପ ଗୁଡ଼ିକର ତ୍ୱରିତ ନିର୍ମାଣ ସାରିବା, ବିରଜା ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାନାନ୍ତର ହୋଇଥିବା ବିରଜା ହାଟକୁ ବିରଜା ମନ୍ଦିର ଠାରୁ ଯାଉଁଳିବନ୍ଧ ସଂଲଗ୍ନ ରାସ୍ତା ପାଶ୍ୱର୍ର ଏକ ସ୍ଥାନରେ ପୁନଃସ୍ଥାପନ କରିବା । ଶାସ୍ତ୍ରୀୟ ଓ ସଂସ୍କୃତିର ବି·ରଧାରା ଅନୁଯାୟୀ ମା’ବିରଜାଙ୍କ ଐତିହ୍ୟ ସହିତ ଜଡ଼ିତ ବ୍ରହ୍ମକୁଣ୍ଡ ପୋଖରୀ ସଂଲଗ୍ନ ଅଂଚଳରେ ମା’ବିରଜାଙ୍କ ପ୍ରତିକୃତିକୁ ସ୍ଥାପନା କରିବା ସମେତ ଯାଜପୁର ସହରର ଉନ୍ନତି ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଦାବୀ କରିଥିଲେ । ଜିଲାପାଳ ଦାବି ଗୁଡ଼ିକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବା ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତ ଦେଇଥିବା ଜଣାଯାଇଛି ।