ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ବିୟୋଗ
ଭଦ୍ରକ : ବନ୍ତ ବ୍ଳକର କେନ୍ଦୁଆପଦା ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କର ୮୧ ବର୍ଷ ବୟସରେ କଟକ ବଡ଼ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ଅତ୍ୟନ୍ତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ମୂଖ୍ୟ ଚିକିସôାଳୟ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ସେଠାରେ କାଡିଓଲୋଜି ବିଭାଗରେ ଚିକିସôା କରାଯାଉଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ କୃଷ୍ଣଚନ୍ଦ୍ର ସ୍ୱାଇଁ କେନ୍ଦୁଆପଦା ଗ୍ରାମର ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଯଦୁନାଥ ସ୍ୱାଇଁଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି । ସେ ଜଣେ ପରୋପକାରୀ, ମିଷ୍ଠ ଭାଷୀ, ସ୍ନେହୀ, ବନ୍ଧୁବସôଳ,ନିଷ୍କପଟ୍ଟ, ଧର୍ମପରାୟଣ, ସରଳ, ମେଳାପୀ ତଥା ଅମାୟିକ ମଣିଷ ଭାବେ ବେଶ୍ ଲୋକପ୍ରିୟ ମଣିଷ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା । ଜ୍ୟେଷ୍ଠ ପୁତ୍ର କିଶୋର ମୁଖାଗ୍ନୀ ଦେଇଥିଲେ ।