ଅଖିଳଚକ୍ର ପକ୍ଷରୁ ସାରସ୍ୱତ ପରିକ୍ରମା

 ଯାଜପୁର : ବିଞ୍ଝାରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ଅଖିଳଚକ୍ର ଓଡିଶା ଓଡିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ଓ ସାରସ୍ୱତ ବରପୁତ୍ରଙ୍କ ଜନ୍ମସ୍ଥାନକୁ ସାରସ୍ୱତ ତୀର୍ଥ କ୍ଷେତ୍ରର ମାନ୍ୟତା ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଅଖିଳଚକ୍ର ଓଡିଶା ଯାଜପୁରର ସାହିତ୍ୟକ ତଥା ସଂଗଠକ ପଡୋଶୀ ଜିଲାର ବାଜପୁରଠାରେ କବି ଗୌରବ, ପ୍ରଖ୍ୟାତ ସଂଗ୍ରାମୀ  ପଣ୍ଡିତ ନାରାୟଣ ମିଶ୍ରଙ୍କ ୫୭ତମ ବଳିଦାନ ଦିବସରେ ତାଙ୍କ ଜନ୍ମସ୍ଥାନ ବାଜପୁର ସୈ÷ନିକ ସଦନକୁ ତୀର୍ଥ କ୍ଷେତ୍ରର ମାନ୍ୟତା ଦେବା ସହ ବିଭିନ୍ନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ଏହାସହିତ ପାଇକ ବୀର କୃତିବାସ ପାଟଶାଣୀ, ମାଧବ ରାଉତରା, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁ ବଳେନ୍ଦ୍ର ପ୍ରତିମୂର୍ତ୍ତିକୁ ଯାଜପୁର ଜିଲାର ଏହି ଅଗ୍ରଣୀ ଅନୁଷ୍ଠାନ ସମ୍ମାନ ପ୍ରଦର୍ଶନ କରିଥିଲେ । ସେଠାରେ ଆୟୋଜିତ ଏକ ସାଂସ୍କୃତିକ ସଭାରେ ବିଶିଷ୍ଠ ଗାଳ୍ପିକ ତଥା ଅନୁଷ୍ଠାନର ସଭାପତି ରାଜ୍ୟବର୍ଦ୍ଧନ ଧଳମହାପାତ୍ର ସଭାପତିତ୍ୱ କରି କହିଲେ ଯେ ଆମେ ଶିକ୍ଷିତ ହେଲାପରେ ଆମେ ଆମ ଐତିହ୍ୟକୁ ଭୁଲିଯାଉଛେ । ସାହିତ୍ୟ, ସଂସ୍କୃତିର ସେବା ହିଁ ଜାତିର ସେବା । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଯାଜପୁରର ଗୀତି କବି ବସନ୍ତ କୁମାର ଦାସ, ସହ ସମ୍ପାଦକ ଗୌରାଙ୍ଗ ସ୍ୱାଇଁ, ବିଞ୍ଝାରପୁର ବରୁଣେଶ୍ୱର ମହାବିଦ୍ୟାଳୟର ଡଃ.ରବୀନ୍ଦ୍ର କୁମାର ପରିଡା, କବି ନିରାକାର ଦାସ  ସ୍ଥାନୀୟ ବିଶିଷ୍ଠ ଶିକ୍ଷାବିତ ଡଃ ଧୀରେନ୍ଦ୍ର ନନ୍ଦ, ଅକ୍ଷୟ କୁମାର ଦାସ, ସମାଜସେବୀ ସୁକାନ୍ତି ପଟ୍ଟନାୟକ ମନୋରମା ମିଶ୍ର ଓ ଅନ୍ୟ ବରିଷ୍ଠ ବୁଦ୍ଧିଜୀବୀ ତାଙ୍କ ଅଭିଭାଷଣରେ ଅଖିଳଚକ୍ର ଏକ ସାଂସ୍କୃତିକ ଆନେ୍ଦାଳନ ତଥା ବୌଦ୍ଧିକ ଚେତନା ବହନ କରି ଚାଲିଛି ବୋଲି କହିଥିଲେ । ଅନୁଷ୍ଠାନର ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ସ୍ଥାନର ପରିବେଶ ଗୁଡିକ ସବୁଠି ପୂତିଗନ୍ଧମୟ ହୋଇ ପଡିଥିବା ବେଳେ ପଣ୍ଡିତ ନାରାୟଣ ମିଶ୍ରଙ୍କ ପୁର୍ଣ୍ଣାୟାବ ପ୍ରତିମୂର୍ତ୍ତି ଏବେ ବି ଅନ୍ଧକାର ମୟ ପରିବେଶ ମଧ୍ୟରେ ରହିଥିବା ଦୁଃଖର ବିଷୟ ବୋଲି କହିଥିଲେ । ଏଥିପ୍ରତି ସେ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଅନୁଷ୍ଠାନ ଇତିମଧ୍ୟରେ ଯାଜପୁରର ପଡୋଶୀ ଜିଲା ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀରେ ସାରସ୍ୱତ ପରିକ୍ରମା କରି ସୁସ୍ଥ ସମାଜ ଗଠନରେ ବଳିଷ୍ଠ ଭୁମିକା ଗ୍ରହଣ କରିଛି ।