ସ୍କୁଲର ପ୍ରାଚୀର ପତ୍ର ଉଦ୍ଘାଟିତ
ବଲାଙ୍ଗିର: ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଚୀର ପତ୍ର ‘ଆମ ଲେଖା ଆମ ଚିତ୍ର’ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଏସ୍ଏମ୍ସି ସଭ୍ୟ ପୁରୁଷୋତ୍ତମ ଗୁରହାଣ୍ଡିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜକିଶୋର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହି ପ୍ରାଚୀର ପତ୍ର ଆଧ୍ୟାତ୍ମିକ, ସାହିତ୍ୟ, ସଂସ୍କୃତି ତଥା ନୈତିକତା ତଥ୍ୟ ଉପରେ ପର୍ଯ୍ୟବେଶିତ । ଏହି ଶୁଭ ମୁହୂର୍ତ୍ତରେ ଶିକ୍ଷୟତ୍ର ନମିତା ପାଣିଗ୍ରାହୀ, ରଞ୍ଜିତା ରଣା, ଶିକ୍ଷକ ଶିବ ଶଙ୍କର ପାଣିଗ୍ରାହୀ, ମହେଶ୍ୱର ଝାଙ୍କର ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ଭାଷା, ସାହିତ୍ୟ, ଚିତ୍ର ପ୍ରତି ସୃଜନାତ୍ମକ ମନୋଭାବ ଜାଗ୍ରତ କରିବା କ୍ଷେତ୍ରରେ ଏହି ପ୍ରାଚୀର ପତ୍ରର ଦିଗନ୍ତ ପ୍ରସାରି ଭୂମିକା ରହିଛି ବୋଲି ଶିକ୍ଷକ ମହଲରୁ ମତ ପ୍ରକାଶ ପାଇଥିଲା ।