ଶ୍ରୀମନ୍ଦିରକୁ ଧମକପୂର୍ଣ୍ଣ ଲେଖା : ପୁରୀ ଏସ୍‌ପି କଲେ ସମୀକ୍ଷା

ଶ୍ରୀମନ୍ଦିରକୁ ଧମକପୂର୍ଣ୍ଣ ଲେଖା : ପୁରୀ ଏସ୍‌ପି କଲେ ସମୀକ୍ଷା

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଧମକପୂର୍ଣ୍ଣ ଲେଖାକୁ ନେଇ ଘଟଣାସ୍ଥଳ ବୁଲି ଦେଖିଲେ ପୁରୀ ଏସପି । ଏହାସହ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏସପି ପିନାକ ମିଶ୍ର । କିଏ ଓ କାହିଁକି ପରିକ୍ରମା ପ୍ରକଳ୍ପ କାନ୍ଥରେ ଏଭଳି ଲେଖିଲା ଚାଲିଛି କାରଣ ଖୋଜା । ମଦ ନିଶାରେ ହେଉ ଅବା ଜାଣତରେ ହେଉ ପୁରୀ ପୁଲିସ୍‌କୁ ଏହି ଲେଖା ଜରିଆରେ ଦିଆଯାଇଛି ଚ୍ୟାଲେଞ୍ଜ। ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ । ଏହାସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି । ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପିଏମ୍ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି ଏଭଳି ଧମକ ଦେଇଛି ତାହା ଜଣାପଡ଼ିନାହିଁ । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୂତୟନ ହୋଇଛନ୍ତି । ହେଲେ ଆତଙ୍କବାଦୀଙ୍କ ନାଁ ନେଇ ଏପରି ଲେଖିଲା କିଏ ? ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।