ଜମିବାଡ଼ିକୁ ନେଇ ଗୋଷ୍ଠୀ ସଂଘର୍ଷ : ଆକ୍ରମଣରେ ଯୁବକ ଗୁରୁତର
କାକଟପୁର : କାକଟପୁର ଥାନା ଅଧିନସ୍ଥ ଶ୍ରୀରାମପୁର ଗ୍ରାମର ଦେବୀ ପ୍ରସାଦ ତ୍ରିପାଠୀଙ୍କର ଏକ ବିବାଦୀୟ ଜମି କୁ ନେଇ ୨ ପକ୍ଷଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ରହି ଆସିଥିଲା । ଦେବୀପ୍ରସାଦ ତ୍ରିପାଠୀ ଉକ୍ତ ଜମିକୁ ସୀମା ନିର୍ଦ୍ଧାରଣ କରିବା ପରେ ଅପର ପକ୍ଷ ଏହାକୁ ନମାନି ସୀମାରୁ ଶୁଳା ହଟାଇ ଦେଇଥିଲେ । ଗତ ଗୁରୁବାର ଦିନ ଦେବୀ ପ୍ରସାଦ ତ୍ରିପାଠୀଙ୍କ ପୁତୁରା ଓମ ପ୍ରକାଶ ତ୍ରିପାଠୀ ଉକ୍ତ ଜମିକୁ ଦେଖିବାକୁ ଯାଇଥିବାବେଳେ ଅପର ପକ୍ଷର ସୁବାସ ତ୍ରିପାଠୀ, ମହେଶ୍ୱର ତ୍ରିପାଠୀ, ମଙ୍ଗଳା ପ୍ରସାଦ ତ୍ରିପାଠୀ, ପ୍ରତିମା ତ୍ରିପାଠୀ ଓ ସତ୍ୟପ୍ରକାଶ ତ୍ରିପାଠୀ ପ୍ରମୁଖ ସଂଘବଦ୍ଧହୋଇ ଓମ ପ୍ରକାଶ ଙ୍କୁ ଆକ୍ରମଣ କରିଥିଲେ । କଥା ଅଣାୟତ୍ତ ହେବାରୁ ସୁବାସ ତ୍ରିପାଠୀ ଏକ ଠେଙ୍ଗାରେ ଓମ ପ୍ରକାଶଙ୍କ ମୁଣ୍ଡକୁ ପ୍ରହାର କରିବାରେ ସେ ଗୁରୁତର ହୋଇପଡ଼ିଥିଲେ । ଅନ୍ୟ ପକ୍ଷରେ ଗଣ୍ଡଗୋଳ ମଧ୍ୟରେ ଅପର ପକ୍ଷଙ୍କ ମଧ୍ୟରୁ ମଧ୍ୟ ୨ ଜଣ ଆହତ ହୋଇଛନ୍ତି । ଏ ସଂକ୍ରାନ୍ତରେ ୨ ପରିବାର ପକ୍ଷରୁ କାକଟପୁର ଥାନାରେ ୨ଟି ଏତଲା ଦିଆଯିବା ପରେ ପୋଲିସ ଉଭୟ ପକ୍ଷଙ୍କ ନାମରେ ୨ ଟି ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ଗୌରୀଶଙ୍କର ସେଠୀ ପ୍ରକାଶ କରିଛନ୍ତି । ଥାନା କେଶ ନମ୍ବର ୧୦୮/୨୦୨୫ ଏବଂ ୧୦୯/୨୦୨୫ ।