ବରପୁତ୍ରଙ୍କ ଉପରେ ଆଲୋଚନାଚକ୍ର
ନୂଆପଡା : ନୂଆପଡା ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନର ଦ୍ୱାଦଶ ଦିବସରେ ନୂଆପଡାର ବରପୁତ୍ରଙ୍କ ଅବଦାନ ଉପରେ ଏକ ଆଲୋଚନାଚକ୍ର ଓ ବହୁଭାଷୀ କବିତା ପାଠୋସôବ ଅନୁଷ୍ଠିତ ହୋଇଯାଇଛି । ନୂଆପଡାସ୍ଥିତ ନେସନାଲ କଲେଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଡ.ସୁଶାନ୍ତ କୁମାର ବିଶି, ଗୌରାଙ୍ଗ ଚରଣ ସାହୁ, ବୈଷ୍ଣବ ମେହେର, ଡଃ ଅଶୋକ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ନେସନାଲ କଲେଜର ଅଧ୍ୟକ୍ଷ ହିତେଶ କୁମାର ସାହୁ ସଭାପତିତ୍ୱ କରିଥିଲେ । ନୂଆପଡା ଜିଲ୍ଲାର ବରପୁତ୍ରମାନଙ୍କ ବିଷୟରେ ଆଲୋଚନାଚକ୍ରରେ ୧୦ ଗୋଟି ବିଷୟକୁ ନେଇ ୧୦ ଜଣ ପ୍ରାବନ୍ଧିକ ନିଜ ଗବେଷଣାମୂଳକ ନିବନ୍ଧ ଉପସ୍ଥାପନ କରିଥିଲେ । କବି ଗଦାଧର ମିଶ୍ରଙ୍କ ବିଷୟରେ ଡଃ ଅଶୋକ କୁମାର ପଟ୍ଟନାୟକ, ଭାଷାବିତ୍ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ସମ୍ପର୍କରେ ଲୋହିତାକ୍ଷ ଯୋଶୀ, କବି ଅଭୟ ଚରଣ ଚଲାନଙ୍କ ସମ୍ପର୍କରେ ପ୍ରାଧ୍ୟାପକ ସାମୁଏଲ ଦାନୀ, କବି ବେଣୁଧର ପାଣ୍ଡେଙ୍କ ସମ୍ପର୍କରେ ଡ. ସୁଶାନ୍ତ କୁମାର ବିଶି, ନାଟ୍ୟକାର ବୀର ବିକ୍ରମ ଦେବଙ୍କ ସମ୍ପର୍କରେ ମାୟାଧର ସରାଫ, ରାଜକବି ବ୍ରଜରାଜ ସିଂହଦେଓଙ୍କ ସମ୍ପର୍କରେ ଗୌରାଙ୍ଗ କୁମାର ସାହୁ, ରକ୍ତ ତୀର୍ଥ ସାଲିହା ସମ୍ପର୍କରେ ଅଧ୍ୟାପକ ଶିବ ପ୍ରସାଦ ସା, ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀଙ୍କ ସମ୍ପର୍କରେ ସୁଶାନ୍ତ କୁମାର ମୁଣ୍ଡ, ପଲ୍ଲୀ କବି ମନୋହର ମେହେରଙ୍କ ସମ୍ପର୍କରେ ବୈଷ୍ଣବ ମେହେର ଓ କବି ଚଣ୍ଡୀ ଚରଣ ବିଶୀଙ୍କ ସମ୍ପର୍କରେ ପ୍ରଦୁ୍ୟମ୍ନ ସିଂ ଚିନ୍ଦା ନିଜ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏହି ଅବସରରେ ଏକ ବହୁଭାଷୀ କବିତା ପାଠୋସôବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ୱରଚିତ କବିତା ପାଠ କରିଥିଲେ । ଜିଲ୍ଲାର ୫ ଗୋଟି ବ୍ଲକର ୪୦ ଜଣ କବି ଓ କବୟିତ୍ରୀ ନିଜ ନିଜ କବିତା ପାଠ କରିଥିଲେ । କବି ଡ. ଗୀତାଶ୍ରୀ ପ୍ରିୟମ୍ବଦା କବିତା ପାଠୋସôବକୁ ପରିଚାଳନା କରିଥିଲେ । କବିତା ପାଠୋସôବରେ ଯୋଗଦାନ କରି ଥିବା ସମସ୍ତ କବିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସଭାକୁ ବରିଷ୍ଠ ରାଜସ୍ୱ ସହାୟକ ବିଭୁ ଦତ୍ତ ମିଶ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତେ ମନଭରି ଉପଭୋଗ କରିଥିଲେ ।