ହୋଟେଲରୁ ଚୋରି, ୧ ଗିରଫ
ପୁରୀ: ବଳିଆପଣ୍ଡା ସ୍ଥିତ ହୋଟେଲ ଏମ୍ପେୟାରରୁ ଗୋଟିଏ ସୁଟ୍କେଶ ଚୋରି କରିନେଇଯାଉଥିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଯୁବକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି । ମଧ୍ୟ ପ୍ରଦେଶର ରାଜଗଡ଼ ଜିଲ୍ଳା ଅନ୍ତର୍ଗତ କାଡ଼ିଆ ଗ୍ରାମର ରିତେଶ ସିସୋଦିଆ (୨୦) ଏମ୍ପେୟାର ହୋଟେଲରେ ଚାଲିଥିବା ଏକ ବିବାହ ଉସôବରେ ଯୋଗଦେଇ ଏକ ସୁଟ୍କେଶ ଧରି ପଳାଉଥିବା ବେଳେ ସିକୁ୍ୟରିଟି ଗାର୍ଡ଼ ତାଙ୍କୁ ଚିହ୍ନଟ କରି ପୁଲିସ ଜିମା ଦେଇଥିଲା । ପୁଲିସ ଅଭିଯୁକ୍ତ ଠାରୁ ସୁଟ୍କେସ୍ଟି ଜବତ କରିଛି ।