ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ ଗଡ଼ିଲାନି ଅଖଚକ, ଦୋକାନ ବଜାର ବନ୍ଦ, ଲୋକେ ହନ୍ତସନ୍ତ

 ଧାମନଗର : ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଲାଗିଛି । ଏହାକୁ ନେଇ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହିକ୍ରମରେ ଘଟଣାର ନ୍ୟାୟିକ ତଦନ୍ତ ,ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ସମେତ ସହଯୋଗୀ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଗାଁଠୁ ସହର, ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରା ଧାମନଗରରେ  ସମ୍ପୂର୍ଣ୍ଣ ସଫଳ ହୋଇଛି । ବ୍ଲକର ଧାମନଗର, ଧୁଷୁରୀ ,ଅସୁରାଳି, ସହିଦନଗର, ବେତାଳିଗାଁ, କୋଠାର ଆଦି ବଜାର ବ୍ୟବସାୟିକ ପ୍ରତିଷ୍ଠାନ ଶିକ୍ଷାନୁଷ୍ଠାନ,ବ୍ଲକ ତହସିଲ ସମସ୍ତ ସରକାରୀ ଦପ୍ତର, ବ୍ୟାଙ୍କ ପୋଷ୍ଟ ଅଫିସ ଆଦି  ସ୍ୱତ ପ୍ରଭୁତ ଭାବେ ବନ୍ଦ କରିଦେଇଥିଲେ  । ଧାମନଗର ବଜାର ବିଜୁ ପଟ୍ଟନାୟକ ଛକରେ ଆନେ୍ଦାଳନ କାରୀ ମାନେ ରାସ୍ତା ଅବରୋଧ କରି ସରକାରଙ୍କ ବିରୁଦ୍ଧରେ ନାରା ବାଜି ଦେଇ ପିକେଟିଂ କରିଥିଲେ । ଗାଡି ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହୋଇଥିଲେ । ଧାମନଗରରେ କଂଗ୍ରେସ କର୍ମୀ ବିଦ୍ୟାଧର ଜେନାଙ୍କ ନେତୃତ୍ୱରେ ନାରୀନେତ୍ରୀ ଜାନକୀ ମଲିକ, ଚିନ୍ତାମଣି ବାରିକ, ନଟବର ଦାସ, ନାନୁ ମହାପାତ୍ର, ସି ପି ଆଇ ଏମ ସାଥି ଯଇନୁଲୁ ଅବେଦିନି, ଜିଲାନି ଖାଁ, ବିପ୍ଳବ ଜେନା,ପ୍ରତାପ ଦାସ,ସନ୍ତୋଷ ଜେନା ଆନେ୍ଦାଳନ ସାମିଲ ହୋଇ ଥିବାବେଳେ ଧୁଷୁରୀରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରଞ୍ଜନ କୁମାର ବେହେରା,ପ୍ରଦୀପ୍ତ କୁମାର ଦାସ,ପରମା ନନ୍ଦ ସାଏନ୍ତ ,ରବୀନ୍ଦ୍ର ନାୟକ, ଅସୁରାଳିରେ ସୁଧୀର ଖଟୁଆ, ଅରବିନ୍ଦ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।
˜ ଭଣ୍ଡାରିପୋଖରୀ: ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଓ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ବନ୍ଦ ପାଳନ ଯୋଗୁଁ ସ୍କୁଲ, କଲେଜ, ବ୍ୟାଙ୍କ, ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଯୁବନେତା ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ ସାହୁ ପ୍ରମୁଖ ଭଣ୍ଡାରିପୋଖରୀ ବଜାର, ରାଜପଥର ଯାନହାବନ ଚଳାଚଳ, ବିଭିନ୍ନ ବ୍ୟାଙ୍କ, ବିଦ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ । କଂଗ୍ରେସ ନେତା ସୁବ୍ରତ ଦାସ, ସୀତାକାନ୍ତ ଜେନା, ନିଗମାନନ୍ଦ ଜେନା, ଧରିତ୍ରୀ ଜେନା ପ୍ରମୁଖ ବାରିକପୁର ବଜାର, ମାଳଦା, ଧାମନଗର ଛକ ଆଦି ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ । ମଞ୍ଜୁରୀରୋଡ ବଜାରରେ କଂଗ୍ରେସ ନେତା ଅଜୟ କୁମାର ସାହୁ, ଗଣେଶ ଭାରତୀ, ରମେଶ ଭାରତୀ, ସୁଶାନ୍ତ ସାହୁ ପ୍ରମୁଖ ବନ୍ଦ ପାଳନ କରିବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
˜ ଚମ୍ପୁଆ: ବାଲେଶ୍ୱର ଫକିରମୋହନ ମହାବିଦ୍ୟାଳୟର ଛାତ୍ରୀ ସୋମ୍ୟାଶ୍ରୀ ବିଶି ମୃତୂ୍ୟକୁ ନେଇ କଂଗ୍ରେସ ଓ ବାମପନ୍ଥି ଦଳପକ୍ଷରୁ ଡାକରା ଦିଆଯାଇଥିବା ଓଡିଶା ବନ୍ଦ ଡାକରା ପରିପ୍ରେକ୍ଷିରେ ଆଜି ଚମ୍ପୁଆ ବନ୍ଦ ସଫଳ ହୋଇଛି । ଏହା ସହିତ ଗତ ୧୨ତାରିଖରେ କେରଳାଇଂରାଜି ମାଧ୍ୟମ ବିଦ୍ୟାଳୟର ମୃତଛାତ୍ର କ୍ରଷ୍ନା ପ୍ରଧାନଙ୍କୁ ନ୍ୟାୟପାଇଁ ଦାବି କରାଯାଇଥିଲା ।  ପୂର୍ବତନ ସାଂସଦ ତଥା ବର୍ତ୍ତମାନର କଂଗ୍ରେସ ନେତା ଯୋସବନ୍ତ ନାରାୟଣସିଂ ଲାଗୁରି, ସିପିଆଇ ନେତା ବିଦ୍ୟାଧର ମହାନ୍ତ, ଗୁରୁବକ୍ସ ସିଂ ଆଲୁୱାଲିଆଙ୍କ  ନେତୃତରେ ସତାଧିକ କର୍ମୀ ସକାଳ ୬ ଘଟିକାରୁ ଚମ୍ପୁଆ ରିମୁଳି ରାସ୍ତା,ଚମ୍ପୁଆ ବାସୁଦେବପୁର ରାସ୍ତା,ଚମ୍ପୁଆ ଝାଡଖଣ୍ଡ ସିମାରେ ରାସ୍ତାଅବରୋଧ କରିଥିଲେ ।  
˜ କେନ୍ଦୁଝର: ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ମୋହନ ସରକାରଙ୍କ ବିଫଳତାକୁ ନେଇ ପିସିସି ଆହ୍ୱାନକ୍ରମେ ଓଡିଶା ବନ୍ଦ ହେବା ସହିତ ସାରା କେନ୍ଦୁଝର ଜÿିଲ୍ଲାରେ ସମସ୍ତ ବ୍ଲକରେ ସମସ୍ତ କାର୍ଯ୍ୟାଳୟ,ସ୍କୁଲ ଓ କଲେଜ, ଯାନବାହାନ, ପେଟ୍ରୋଲ ପମ୍ପ, ଦୋକାନ ବଜାର ବନ୍ଦ କରାଯାଇଥିଲା । କେବଳ ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ଗାଡି ଗୁଡିକକୁ ଛାଡି ଦିଆ ଯାଇଥିଲା । ଜÿିଲ୍ଲା ସଦର ମହାକୁମା ଠାରେ ଜÿିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗାନ୍ଧୀ ଛକ, ଲାବଣ୍ୟ ଛକ, ଜÿିଲ୍ଲା କୋର୍ଟ, ସିରାଜୁଦ୍ଦିନ ଛକ ଓ ପୁରୁଣା ବଜାର ଠାରେ କଂଗ୍ରେସ କର୍ମୀ ମାନେ ବନ୍ଦ କରିଥିଲେ । ଏହି ବନ୍ଦ କାର୍ଯ୍ୟକ୍ରମରେ ଜÿିଲ୍ଲା କଂଗ୍ରେସ ସଂଯୋଜକ ସଂଗୀତା ସିଂହ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର,  ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ମୋହନ ଚରଣ ପରିଡା, ସୁନେଶ ଧୀର,ଶୁଭମ ରାଜ, ପ୍ରତିଭା ମଞ୍ଜରୀ ନାଏକ, ସୋନାଲି ମାର୍ଣ୍ଡି, ବସନ୍ତ କୁମାର ଦାସ ପ୍ରମୁଖ ସାମିଲ ଥିଲେ ।
˜ ତିହିଡ଼ି: ତିହିଡ଼ି ବ୍ଲକରେ ଏହି ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି । ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦକୁ ସମର୍ଥନ ଜଣାଇ ସଟର ପକାଇଦେଇଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା । ସେହିପରି ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ତିହିଡ଼ି ବଜାରେ କଂଗ୍ରେସ ବ୍ଲକ ସଭାପତି ସରୋଜ ଦାସଙ୍କ ନେତୃତ୍ୱରେ ସୁରେଶ ମହାପାତ୍ର, ବିପିନ ବିହାରୀ ପତି, ବଳରାମ କବି, ବେଣୁଧର ନାୟକ,  ସୌମ୍ୟଗୋପାଳ ନାୟକ, ଶିବପ୍ରସାଦ ନାୟକ, ଶ୍ରୀମନ୍ତ ଲେଙ୍କା, ପିତାମ୍ବର ସେଠୀ, କୈଳାସ ପାତ୍ର, ସଂଜୟ ବାରିକ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ତିହିଡ଼ିବ ବଜାର ମଝିରେ ବସି ରହି ବିକ୍ଷୋଭ କରିବା ସହ ସରକାରୀ ବିରୋଧୀ ନାରା ଦେଇଥିଲେ । ସେହିପରି ବାମପନ୍ଥୀ ଦଳ ତରଫରୁ ବିଷ୍ଣୁ ଦାସ, ପ୍ରଫୁଲ କୁମାର ପାଢ଼ୀ, ନାରାୟଣ ଚନ୍ଦ୍ର ଦାସ, ସତ୍ୟବ୍ରତ କୁଣ୍ଡ ପ୍ରମୁଖ ଓଡ଼ିଶା ବନ୍ଦର ନେତୃତ୍ୱ ନେଇଥିଲେ । 
˜ ଭଦ୍ରକ: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଯାଇଥିବା ଅଭାବନୀୟ ଘଟଣାର ପ୍ରତିବାଦରେ କଂଗ୍ରେସ ଓ ବିଭିନ୍ନ ବାମପନ୍ଥୀ ଦଳ ସମୂହ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସାଳନ୍ଦୀ ସହର ସ୍ତରୀୟ ମହାସଂଘ (ସି.ଏଲ.ଏଫ୍.) ଓ ଭଦ୍ରକ ସ୍ୱୟଂ ସହାୟିକା ଗୋଷ୍ଠୀ ମହାମଞ୍ଚ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ସିପିଆଇଏମ୍ଏଲ୍ ତରଫରୁ ଭଦ୍ରକରେ ବନ୍ଦ ପାଳନ କରାଯାଇଛି । ତୁରନ୍ତ ମାମଲାର ବିଚାର କରାଯାଇ ଏକ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରିବାକୁ ସରକାରଙ୍କ ଠାରେ ଦାବି କରିଯାଇଛି । ଏହି ଆନେ୍ଦାଳନରେ ସିପିଆଇଏମ୍ଏଲ୍ର ସମର ବଳ, ଉର୍ମିଳା ପଣ୍ଡା, ଜୟନ୍ତୀ ବିଶ୍ୱାଳ, ମଞ୍ଜୁଲତା ଦାସ, ମଧୁମିତା ପୃଷ୍ଟି, ଗୀତାଞ୍ଜଳୀ ନାୟକ, ରୁକ୍ସାନା ବିବି, ଦୀପ୍ତିପ୍ରଭା ରାୟ, ଗୁଡ଼ିଆ ଫର୍ଜାନାଙ୍କ ସମେତ ଶତାଧିକ ମହିଳା ସାମଲ ହୋଇଥିଲେ ।   
ସେହିପରି ଭଦ୍ରକ କଂଗ୍ରେସ ଜିଲ୍ଲା ସଂଯୋଜକ ଅତିଶ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା ନେତା ନଳିନୀ ମହାନ୍ତି, ରାଜେନ୍ଦ୍ର ଜେନା, ଅନ୍ୟାନ୍ୟ ଶତାଧିକ ନେତୃ ମଣ୍ଡଳୀଙ୍କ ନେତୃତ୍ୱରେ ସାରା ଭଦ୍ରକ ଜିଲ୍ଲାରେ ଚଳପ୍ରଚଳ ବନ୍ଦ କରାଯାଇଥିଲା । ସେହିପରି ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ଠାରେ କଂଗ୍ରେସ କର୍ମୀ ମାନେ ରାସ୍ତା ସବୁ ଗାଡିକୁ ଅଟକାଇବା ପରେ ଜାତୀୟ ରାଜପଥରେ ମଧ୍ୟ ଗାଡି ଚଳାଚଳ ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।
˜ଯାଜପୁର ଟାଉନ: କଂଗ୍ରେସ ସମେତ ୭ଟି ବିରୋଧି ଦଳ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ପୁରା ସମଗ୍ର ଯାଜପୁର ଜିଲ୍ଲାରେ ବନ୍ଦ ସଫଳ ହୋଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ମନୋଜ ରାଉତଙ୍କ ପ୍ରତିନିଧିତ୍ୱରେ ଶହଶହ ନେତୃବୃନ୍ଦ ଓ କର୍ମୀ ସକାଳୁ  ଯାଜପୁର ସହରର ବିଭିନ୍ନ ସ୍ଥାନ ସମେତ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଯାଜପୁର ଜିଲ୍ଲା କୋର୍ଟ, ଶିକ୍ଷାନୁଷ୍ଠାନର ପହଂଚି ବନ୍ଦକୁ ସଫଳ କରିବାକୁ ଅଧିକ୍ାରୀ ଓ କର୍ମଚାରୀମାନଙ୍କୁ ନିବେଦନ କରିଥିଲେ । ଫଳ ସୂରୂପ ପୁରା ସରକାରୀ କଳ ଠପ ହୋଇଯାଇଥିଲା । ଶାନ୍ତିଶୃଙ୍ଖଳାର ସହ ଯାଜପୁରର ଏହି ବନ୍ଦକୁ ପୁରା ସହରବାସୀ, ବ୍ୟବସାୟୀ, ଚାଳକ ସଂଘଙ୍କ ସହଯୋଗ ଦେଖିବାକୁ ମିଳିଥିଲା । ବନ୍ଦ ଡାକରାରେ ବିଷ୍ଣୁ ରାଉତ, ସନ୍ତୋଷ ନନ୍ଦ, ଦୁର୍ଯେ୍ୟାଧନ ବେହେରା, ନାରାୟଣ ସାମନ୍ତ, ଅଂଚଳ ଦାସ, ଦିଲୀପ ଦାସ, ଅଶୋକ ଦାସ, ଗଦାଧର ଦାସ, କନକ ରାଉତ, କୁମାର ଆଶୁତୋଷ, ଯଯାତି ନାୟକ, ନକୁଳ ସାହୁ, ଅନୁପମ ମଲ୍ଲିକ, ଗୋବିନ୍ଦ ସାହୁ, ଅନିଲ ମହାନ୍ତି, ଅରଜିତ ନାୟକ, ସୂର୍ଯ୍ୟମଣି ଖିଲାର, ମନିନ୍ଦ୍ରନାଥ ପଣ୍ଡା, ସଲିମ ଖାଁ, ଅଜିତ ଖାଁ, ଅବଦୁଲ ରୌଫ, ସନ୍ତୋଷ ସାହୁ, ଅନିରୁଦ୍ଧ ନାୟକ, ନିକୁଂଜ ସାମଲ, ବିଜୟ ମହାପାତ୍ର, ବିଦ୍ୟାଧର ବାରିକ, ଅମୂଲ୍ୟ ବିଶ୍ୱାଳ ପ୍ରମୁଖଙ୍କ ସହ ବହୁ କର୍ମୀ ସାମିଲ ହୋଇଥିଲେ । 
ସେହିପରି ଏସ୍.ୟୁ.ସି.(ସି) ପକ୍ଷରୁ ବନ୍ଦ ପାଳିତ ହୋଇଯାଇଛି । ଦଳର କର୍ମୀ ସମର୍ଥକ ମେଡିକାଲ ଛକ ଠାରେ ସକାଳ ୬ଟା ସମୟରୁ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସଂଶ୍ଳୀଷ୍ଟ ଅପରାଧିମାନଙ୍କୁ କଠୋର ଶାସ୍ତି ପ୍ରଦନା କରିବା, ଉଚ୍ଚ ଶଇକ୍ଷା ମନ୍ତ୍ରୀ ଅବିଳମ୍େବ ଇସ୍ତଫା ଦେବା, ଛାତ୍ରୀ ଓ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା, ଅଶ୍ଳୀଳତା, ମଦ ଓ ମାଦକ ଦ୍ରବ୍ୟର ପ୍ର·ର ପ୍ରସାର ବନ୍ଦ କରିବା ପ୍ରଭୃତି ଶ୍ଳୋଗାନ ଦେଇ ଗାନ୍ଧିଛକ, କୋଟ, ଜିଲ୍ଲାପାଳ ଅଫିସ, ବସ୍ ଷ୍ଟାଣ୍ଡ, ବଡ଼ ବଜାର ଛକ ଓ ଗରିଆପୁର ଛକ ଦେଇ ଶାନ୍ତିପୂର୍ଣ୍ଣ ଭାବେ ଅଫିସ ଦପ୍ତର, ବ୍ୟାଙ୍କ, ଦୋକାନ ବଜାର ବନ୍ଦ କରି ସହର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ଏସ୍.ୟୁ.ସି.ଆଇ (ସି) ରାଜ୍ୟ କମିଟି ସଭ୍ୟ ତଥା ଜିଲ୍ଳା ସଂପାଦକ ସୁରେନ୍ଦ୍ର ମଲ୍ଲିକ, ରାଜ୍ୟ କମିଟି ସଭ୍ୟ ଅଚୁ୍ୟତ ପ୍ରଧାନ, ସୁବାସ ମଲ୍ଲିକ, ଜିଲ୍ଲା କମିଟି ସଭ୍ୟ ରାଧାବଲ୍ଲଭ ମଲ୍ଲିକ, ସୁଲୋଚନା ପ୍ରଧାନ, ଅଭିମନୁ୍ୟ ମଲ୍ଲିକ ଏବଂ ସଂଗଠକ ମାଧବୀ ମଲ୍ଲିକ, ଲବଙ୍ଗଲତା ଯେନା, ଆଇନଜୀବୀ ସଂଘମିତ୍ରା ପଟ୍ଟନାୟକ, କିର୍ତନ ମଲ୍ଲିକ, ନିଗମାନନ୍ଦ ଦାସ, ଭବାନୀ ସାହୁ, ଘନଶ୍ୟାମ ପରିଡ଼ା, ରାଜଶ୍ରୀ  ମହାନ୍ତି, ରାଜକିଶୋର ନାଥ, କୃଷ୍ଣ ମଲ୍ଲିକ, ବ୍ରହ୍ମାନନ୍ଦ ମଲ୍ଲିକ, ପଲ୍ଲୀ ମଲ୍ଲିକ, ମମତା ସେଠୀ, କାମଦେବ ମଲ୍ଲିକ ପ୍ରଭୃତି ନେତୃତ୍ୱ ନେଇଥିଲେ ।
˜ ବରୀ: ଓଡ଼ିଶା ବନ୍ଦ ଡାକରାରେ ବରୀ କଂଗ୍ରେସ ପକ୍ଷରୁ ଅଖଚକ ବନ୍ଦ କରଯାଇଥିଲା । ଦୀର୍ଘ ସମୟ ଧରି ଆନେ୍ଦାଳନ ଜାରି ଯୋଗୁ ଗାଡି ମଟର ଯାତାୟତ ପ୍ରଭାବିତ ହୋଇଥିଲା । ବରୀ ତହସିଲ, ବ୍ଲକ, ବିଭିନ୍ନ ବ୍ୟାଙ୍କ ସହ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ସହ ଦୋକାନ ବନ୍ଦ ରହିଥିଲା । ବ୍ଲକ ସଭାପତି ମନୋଜ ଦାସ, ମହିଳା ନେତ୍ରୀ କଳ୍ପନା ପଣ୍ଡା, ଦେବେନ୍ଦ୍ର ପ୍ରଧାନ, ସମିର ନାୟକ, ଉପେନ୍ଦ୍ର ସାମଲ, ମାନସ ପରିଡ଼ା, ସତ୍ୟରଞ୍ଜନ ଦାସ, ନନ୍ଦକିଶୋର ସେନାପତି, ବ୍ୟୈଷ୍ଣବ ଦାସ, ମାନସ ସାହୁ, ସ୍ମୃତି ରଞ୍ଜନ ବେହେରା, ସୈମ୍ୟରଞ୍ଜନ ବଳ, ଛାତ୍ରନେତା ସଞ୍ଜୟ ବାରିକ, ଗିରିଜା ରାୟ, ସୁବାସ ସେଠୀ, ରମାକାନ୍ତ ଜେନା, କୃଷ୍ଣଚନ୍ଦ୍ର ଜେନା, ବ୍ରହ୍ମାନନ୍ଦ ଜେନାଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । 
˜ ଧର୍ମଶାଳା: ଧର୍ମଶାଳା କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ନେତୃତ୍ୱରେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ସେହିପରି ୫୩ ନଂ ଜାତୀୟ ରାଜପଥକୁ କଂଗ୍ରେସ କର୍ମୀମାନେ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା  । ପରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଜାରକା ବଜାରରେ ଥିବା ଦୋକାନ ଓ ସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରିଥିଲେ । ପୂର୍ବତନ ଯୁବ କଂଗ୍ରେସ ପ୍ରବକ୍ତା ମାନସ ରଞ୍ଜନ କର, କୃଷକ ନେତା ବସନ୍ତ କୁମାର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ତରେଇ,ପ୍ରଫୁଲ୍ଲ କୁମାର ରାୟ, ଯୁବ ସଙ୍ଗଠକ ସଂଜୟ କୁମାର ରାଉତ, ଦୀପକ ବଳ, ଉଗ୍ରସେନ ମହାନ୍ତି, ମିହିର ଖୁଂଟିଆ,ନକୁଳ ଜେନା, ନରୋତମ ନାୟକ, ଗଗନ ବିହାରୀ ରାଉତ,ସନ୍ତୋଷ ସ୍ୱାଁଇ, ଟୁଟୁ ପଣ୍ଡା,ଗଙ୍ଗାଧର ମଲିକ,ଅମରେନ୍ଦ୍ର ସାମଲ,ବାବୁ ଖାଁ, ଆତୁଳ ମଲିକ, ସେକ ଏକବାଲ,ମକରଧ୍ୱଜ ରାଉତ, କାର୍ତ୍ତିକ ସାହୁ, ଦେବାଶିଷ ପରିଡ଼ା, ମହମ୍ମଦ  ନୁରଆଲମ, ରଶ୍ମୀ ରଞ୍ଜନ ସାମଲ ପ୍ରମୁଖ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
˜ ବାଲିଚନ୍ଦ୍ରପୁର: ବଡ଼ଚଣା ନିର୍ବାଚନ ମଣ୍ଡଳୀର ବାଲିଚନ୍ଦ୍ରପୁର, ବାଲିକୁଦା , ଚଣ୍ଡିଖୋଲ ବଜାର ବନ୍ଦ ରହିଥିଲା । ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ରାଜ୍ୟ ପଥକୁ କଂଗ୍ରେସ ଯୁବ ନେତା ବିଶ୍ୱପ୍ରକାଶ ସାମଲ ଓ ବାମପନ୍ଥୀ ନେତା କମ୍ରେଡ ଅଜୟ ବିଶ୍ୱାଳ ନେତୃତ୍ୱରେ କର୍ମୀ ଜାତୀୟ ରାଜପଥରେ ଗାଡି ଚଳାଚଳକୁ ସମ୍ପୂର୍ଣ ଅଚଳ କରିଦେଇଥିଲେ । ବିଭିନ୍ନ ସ୍ଥାନରେ ବନ୍ଦ ପାଳନକୁ ଚିନ୍ମୟ କୁମାର ପ୍ରଧାନ, ଶୌଳେନ୍ଦ୍ର ନାରାୟଣ ରାୟ, କମ୍ରେଡ଼ ଈଶ୍ୱରଚନ୍ଦ୍ର ପରିଡା, କଂଗ୍ରେସ ନେତା ଗଗନ ବିହାରୀ ପରିଡା, ବାମପନ୍ଥୀ ନେତା କିଶୋର ଚନ୍ଦ୍ର ଦାସ, ଶ୍ରୀକାନ୍ତ ମଲ୍ଲିକ, ଜୀବନ ମହାପାତ୍ର, ପ୍ରଭାତ କୁମାର ପ୍ରଧାନ, ସୁଧାନିଧି ଜେନା, ଶରତ କୁମାର ଜେନା, ଅନନ୍ତ କୁମାର ପରିଡା, ବଳରାମ ମହାପାତ୍ର, ବିଳାଶ ଚନ୍ଦ୍ର ବାରିକ, ଅଜୟ ସାମଲ,  ଦେବେନ୍ଦ୍ର କୁମାର ସାମଲ, ଉମେଶ ଚନ୍ଦ୍ର ସାମଲ, ମନଭଞ୍ଜନ ରାଉତରାୟ, ବଟକୃଷ୍ଣ ଦାସ, ମଜିତ ଅହମଦ, ଖଗେଶ୍ୱର ବେହେରା,  ଅଜୟ ବିଶ୍ୱାଳ, ସୁଧାଂଶୁ ଜେନା, ସରୋଜ ଜେନା, ସୁଧୀର ଦାସ, ବାପି ଜେନା, ଅଶୋକ ବେହେରା, ରବୀନ୍ଦ୍ର କୁମାର ରାଉତରାଉ ନାରାୟଣ ଦାସ ସାମିଲ ହୋଇଥିଲେ ।