ରାଗିଲେ କଂଗ୍ରେସ କର୍ମୀ; ବ୍ଲକରେ ଭଙ୍ଗାରୁଜା, ରାସ୍ତାରେ ପିଟିଲେ ମଦ ପେଟି
ଦଶରଥପୁର : ମୃତାଛାତ୍ରୀ ସୋମ୍ୟାଶ୍ରୀ ଗିରିଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ ଜିଲାର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ସଂପର୍ଣ୍ଣ ହୋଇଥିବା ବେଳେ ଦଶରଥପୁରରେ କିନ୍ତୁ ତୋଡ଼ପାଡ଼ ଘଟିଛି । ଓଡ଼ିଶାବନ୍ଦ ଡ଼ାକରାକୁ ସ୍ୱତ ସମର୍ଥନ ମିଳିଥିଲେ ହେଁ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇଥିଲା । ତେବେ ଦଶରଥପୁର ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ରହିଥିବା ଦେଖି କର୍ମୀ ଅଧିକାରୀଙ୍କୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ ହେଁ କେହି ଶୁଣିନଥିଲେ । ଉତ୍ୟକ୍ତ କର୍ମୀ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ଚେୟାର, କାଚ ଡୋର ଆଦି ଭଙ୍ଗାରୁଜା କରିଥିଲେ । ସେହିପରି ବ୍ଲକ କାର୍ଯ୍ୟାଳୟର ଚେୟାର, ଗେଟ, କୁଣ୍ଡ ଆଦି ଭଙ୍ଗାରୁଜା କରିଥିଲେ । ମଲିକାପୁରସ୍ଥ ସରକାରୀ ମଦ ଦୋକାନ ଖୋଲାଥିବା ଏବଂ ବେଆଇନ ଭାବେ ଖୁଲମଖୁଲା ମଦ ପିଇବାକୁ ସୁଯୋଗ ଦିଆଯାଉଥିବାର ଦେଖି କର୍ମୀ ମଦ ପେଟି ଟାଣିଆଣି ରାସ୍ତାରେ ପିଟି ଭାଙ୍ଗିଥିଲେ । ବ୍ଲକସ୍ଥ ମଙ୍ଗଳପୁର, କାଟିଆ, ଝୁମ୍ପୁରୀ ଆଦି ସ୍ଥାନରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଦେବେନ୍ଦ୍ର ପଣ୍ଡା, ଶ୍ୟାମସୁନ୍ଦର କର, ଯୁବନେତା ଚନ୍ଦ୍ରଶେଖର ସାହୁ, ଚନ୍ଦ୍ର ନାରାୟଣ ଦାସ, ସରପଂଚ ଲିପିକା ମଲିକ, ସମିତିସଭ୍ୟ ରମାକାନ୍ତ ସେଠି, ଛାତ୍ରନେତା ଅନନ୍ତ ଜେନା, ଅନୁପମ ମଲିକ, ଶେଖର ସମ୍ବିତ, ବିମଳ ମଲିକ, ରବୀନ୍ଦ୍ର ବାରିକ, ଅଜୟ ନାୟକ, ଏକାଦଶୀ ତ୍ରିପାଠୀ, ଘନଶ୍ୟାମ ସାହୁ, ବୃନ୍ଦାବନ ଜେନା, ଅକ୍ଷୟ ନାୟକ, ରବୀନ୍ଦ୍ର ଜେନା, ଦେବକାନ୍ତ ପତି, ପ୍ରଫୁଲ ଦାସ, ଅଜିତ ମହାନ୍ତି, ଉତମ ଜେନା, ରାମକାନ୍ତ ଦାସ, ସର୍ବେଶ୍ୱର ମଲିକ, ସୌମ୍ୟରଞ୍ଜନ ବେହେରା, ବାପି ତ୍ରିପାଠୀ, କମ୍ୟୁନିଷ୍ଟ ପକ୍ଷରୁ ମଳୟ ପଣ୍ଡା, ଏସ.ଶତପଥୀ, ଅଭୟ ପଣ୍ଡା, ଚୌଧୁରୀ ଜେନା, କାଳନ୍ଦି ମଲିକ, ଲକ୍ଷ୍ମୀକାନ୍ତ ବାରିକ, ସିପିଆଇଏମ ପକ୍ଷରୁ ଅମୁଲ୍ୟ ସାମଲ, ମଧୁସୂଦନ ନାୟକ, ସାଧୁ ଷଢଙ୍ଗୀ, ବିଦ୍ୟାଧର ସାହୁ, ଜିତେନ୍ଦ୍ର ମେକାପ, ଏସୟୁସିଆଇ ପକ୍ଷରୁ ସଂଗଠନର ଉପସଭାନେତ୍ରୀ ଶାନ୍ତିଲତା ପଣ୍ଡା, ଆଂଚଳିକ କମିଟି ସଂପାଦକ ଅକ୍ଷୟ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ଭଞ୍ଜଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇ ଟାୟାର ଜଳି ରାସ୍ତା ଅବରୋଧ କରିଥିଲେ ।