ବିଜେଡିର ପ୍ରତିଷ୍ଠା ଦିବସ ପାଳିତ
ତାଳଚେର: ତାଳଚେର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ୱାର୍କସପ୍ ସ୍ଥିତ ଜଗନ୍ନାଥ କଲ୍ୟାଣୀ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ଓ ତାଳଚେର ବିଧାୟକ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସରେ ତାଳଚେର ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ । ବିଗତ ୨୭ ବର୍ଷ ଧରି ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଅନେକ କିଛି ଯୋଜନା କରିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଶିକ୍ଷା, ଓ ଶିଳ୍ପ କ୍ଷେତ୍ରରେ ଅନେକ ଉନ୍ନୟନମୂଳ କାର୍ଯ୍ୟ କରିଛି । ବର୍ତ୍ତମାନ ଶାସନରେ ନଥିଲେ ମଧ୍ୟ ଓଡିଶାର ଉନ୍ନତି ତଥା ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ବିଜେଡି ସର୍ବଦା ଲଢେଇ କରିବ । ଆଗାମୀ ସମୟରେ ସମସ୍ତେ ଏକଜୁଟ ହୋଇ ଓଡିଶାର ସ୍ୱାର୍ଥ ପାଇଁ ତୃଣମୂଳ ସ୍ତରରୁ ମିଥ୍ୟାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଦଳ ବିରୋଧରେ ଲଢେଇ ଜୋରଦାର ହେବା ନେଇ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଳଚେର ନଗର ସଭାପତି ଆସିଫ ଖାଁ, ସନ୍ତୋଷ ପ୍ରଧାନ ସଭାପତି ବିଜୁ ଜନତା ଦଳ, ଲିପୁନା ଭୁକ୍ତା ଉପସଭାପତି ବିଜୁଜନତା ଦଳ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ସମସ୍ତ ଜିଲ୍ଲା ପରିଷଦ ସମେତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟସଭ୍ୟା ସରପଞ୍ଚଙ୍କ ସହିତ ଶତାଧିକ ଦଳୀୟ କର୍ମୀଙ୍କ ଉପସ୍ଥିତରେ ଏହି ପ୍ରତିଷ୍ଠା ଦିବସ ମହାସମାହାରରେ ପାଳିତ ହୋଇଥିଲା ।