୬୩ ୟୁନିଟ୍ ରକ୍ତ ସଂଗ୍ରହ

 ବୁଗୁଡ଼ା:  ଓଡ଼ିଆ ପକ୍ଷ ଉପଲକ୍ଷେ ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଉଦ୍ଘାଟନ କରିଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ, ଏନସିସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ, ୱାଇଆରସି କୋର୍ଡିନେଟର ଅଧ୍ୟାାପକ ପବିତ୍ର ମଣ୍ଡଳ ଓ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗୀ, ସ୍କାଉଟ୍ ଲିଡର୍ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଓ ଅଧ୍ୟାପିକା ଅନୀତା ଦେବୀ, ଏନ୍ଏସ୍ଏସ୍ କୋର୍ଡିନେଟର ଅଧ୍ୟାପିକା ସସ୍ମିତା ସାମନ୍ତରା ଓ ଅଧ୍ୟାପକ ରବିନ୍ଦ୍ର ନାଥ ପୋଲେଇ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ଭଞ୍ଜନଗର ବ୍ଲଡ ବ୍ୟାଙ୍କ ଟିମ୍ ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କ ଠାରୁ ୬୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିର ପରିଚାଳନାରେ କଲେଜର ଏନସିସି, ୱାଇଆରସି, ଏନ୍ଏସ୍ଏସ୍, ସ୍କାଉଟ୍ ଆଦି ବିଭାଗର ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ ।