ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ମାଣ୍ଡିପଙ୍କାରେ ଖୋଲିବ ଯୋଗାଣ ଉପକେନ୍ଦ୍ର, ସହଜରେ ଲୋକଙ୍କୁ ମିଳିବ ପିଡିଏସ୍ ଚାଉଳ 

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ମାଣ୍ଡିପଙ୍କାରେ ଖୋଲିବ ଯୋଗାଣ ଉପକେନ୍ଦ୍ର, ସହଜରେ ଲୋକଙ୍କୁ ମିଳିବ ପିଡିଏସ୍ ଚାଉଳ 


କନ୍ଧମାଳ- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ  ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଓ ୬ ଜଣ ଗୁରୁତର ଭାବେ ଅସୁସ୍ଥ ଥିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ତେବେ ଏହି ସ୍ଥିତିରେ ଏବେ ସୁଧାର ଆସିଛି । କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ମାଣ୍ଡିପଙ୍କାରେ ପହଂଚି ସ୍ଥିତି ପରଖିଛନ୍ତି । ପିଡିଏସ୍ ଚାଉଳ ଏବେ ଲୋକଙ୍କୁ ମିଳିସାରିଛି ହେଲେ ଗଦାପୁର ଓ ବ୍ରାହ୍ମଣୀଗାଁକୁ ଯାଇ ଟଙ୍କିକିଆ ଚାଉଳ ଆଣିବାକୁ ପଡୁଛି । ଅଂଚଳବାସୀ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବା ପରେ ଜିଲାପାଳ ବଡ଼ ପଦକ୍ଷେପ ନେଇଛନ୍ତି । ଆଗାମୀ ଦିନରେ ମାଣ୍ଡିପଙ୍କା ଲୋକଙ୍କୁ ଆଉ ଗଦାପୁର କି ବ୍ରାହ୍ମଣୀଗାଁକୁ ଯିବାକୁ ପଡ଼ିବ ନାହିଁ । ହାତପାହାନ୍ତରେ ଟଙ୍କିକିଆ ଚାଉଳ ମିଳିବ । ମାଣ୍ଡିପଙ୍କା ଗ୍ରାମରେ ବଣ୍ଟନ ପାଇଁ ଉପକେନ୍ଦ୍ର କରାଯାଇ ଲୋକଙ୍କୁ ସୁବିଧାରେ ଚାଉଳ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।