ସଡକ ଦୁର୍ଘଟଣାରେ ଦୁଇ ଭଉଣୀ ମୃତ


ାା ପ୍ରଭାନୁ୍ୟଜ୍ ।ା ହିନେ୍ଦାଳ: ହିନେ୍ଦାଳ ଉପଖଣ୍ଡ ରାସୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର ସୂକିଆ ବାଉତୀ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁତ ଟ୍ରକ ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ଶୋଚନୀୟ ମୃତୁ୍ୟ ଘଟିଥିବାବେଳେ ମା ଗୁରୁତର ଆହତ ହୋଇଛନ୍ତି । ଖବରରୁ ପ୍ରକାଶ ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ହିନେ୍ଦାଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନାଳି ଗ୍ରାମର  ଚନ୍ଦନ ମହାନ୍ତି ଙ୍କ ସ୍ତ୍ରୀ ନମିତା ଖଟୁଆ ନିଜ ଦୁଇଝିଅ ଚିନ୍ମୟୀ ପ୍ରିୟଦର୍ଶିନୀ(୧୧) ଓ ଅନନ୍ୟା ପ୍ରିୟଦର୍ଶିନୀ (୮)ଙ୍କୁ ନିଜ ସ୍କୁଟି ନଂ ଓଡ଼ି୦୬କେ୬୦୩୮ରେ ରାସୋଳ  ଅଞ୍ଚଳକୁ କୌଣସି କାର୍ଯ୍ୟରେ ଆସୁଥିବା ବେଳେ ସୁକିଆବାଉତି ମନ୍ଦିର ନିକଟ ପେଟ୍ରୋଲ ଟାଙ୍କି ନିକଟରେ ଏକ ଦଶଚକିଆ ଟ୍ରକ ନଂ ସିଜି୦୭ସିଟି୪୫୪୮ ମା ଓ ଦୁଇଝିଅଙ୍କୁ ଖୁବ ଜୋରରେ ଧକ୍କା ଦେଇଥିଲା ଫଳରେ ମା ନମିତା ଖଟୁଆ ସ୍କୁଟିରୁ ଛିଟିକି ପଡି ଗୁରୁତର ଆହତ ହୋଇଥିବାବେଳେ ଦୁଇଝିଅଙ୍କୁ ଟ୍ରକ ଚାପି ଦେଇଥିଲା ଫଳରେ ଦୁଇ ଭଉଣୀଙ୍କ  ଘଟଣା ସ୍ଥଳରେ ମୃତୁ୍ୟବରଣ କରିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ ଦୁଇ ଭଉଣୀଙ୍କ ଶରୀର ଟିକଟିକ ହୋଇ ଖଣ୍ଡ ଖଣ୍ଡ ହୋଇଯିବା ସହ ମାଂସ ପିଣ୍ଡୁଳା ପାଲଟି ଯାଇଛି ଯାହା କି ହୃଦୟ ବିଦାରକ ଖବର ପାଇ ସ୍ଥାନୀୟ ଜନସାଧାରଣ ରାସୋଳ ପୋଲିସ ଓ ଦମକଳବାହିନୀକୁ ଖବର ଦେବାରେ ତୁରନ୍ତ ଆହତ ନମିତାଙ୍କୁ ହିନେ୍ଦାଳ ଡାକ୍ତରଖାନା ଅଗ୍ନିଶମ ବାହିନୀ ଗାଡ଼ିରେ ଆଣିଥିଲେ । ଗୁରୁତର ନମିତାଙ୍କ ଚିକିସôା ଜାରି ରହିଥିବାବେଳେ ମୃତ ଦୁଇ ଭଉଣୀଙ୍କ ମୃତ ଶରୀର ପଡି ରହିଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ଖବର ପାଇ ସ୍ଥାନୀୟ ଉତ୍ୟକ୍ତ ଜନସାଧାରଣ ଘଟଣା ସ୍ଥଳରେ  ରାସ୍ତାରୋକ ଆନେ୍ଦାଳନ ଜାରି ରଖିବା ସହ ରାସ୍ତା ଅବରୋଧ କରିଥିବା ଜଣା ପଡିଛି । ରାସୋଳ ପୋଲିସ ପହଂଚି ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟି ଓ ଶବ ଜବତ କରି କରିବା ସହ ତଦନ୍ତ ଜାରୀ ରଖିଛି । ସ୍ଥାନୀୟ ଅଞ୍ଚଳରେ ଏଭଳି ହୃଦୟବିଦାରକ ଦୁର୍ଘଟଣାରେ ହତାବକ୍ଷକ ହୋଇଯିବା ସହ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି ।