ଦୁଇ ପରିବାର ମଧ୍ୟରେ ମାର୍ପିଟ୍ ଦୁଇ ଝିଅ ଓ ବାପ ଗୁରୁତର

 ରାଜକନିକା : ରାଜକନିକା ଥାନା ଅନ୍ତର୍ଗତ ଚରପଡା ପଞ୍ଚାୟତ କଣ୍ଡିଆ ହାଟ ଗାଁର ନିରେନ ଦାସ ଓ ଚିନା ସେଠିଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ି ବିବାଦ ଲାଗିରହିଥିଲା । ଏବେ ତାହା ଉଗ୍ର ରୂପ ନେଇଛି । ନିରେନ ଦାସ (୬୫), ଝିଅ ଅବୟନ୍ତୀ ଦାସ (୩୨) ଓ ସୁଚିତ୍ରା ଦାସ (୩୪) ଆହତ ହୋଇ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ବଡ ମେଡିକାଲକୁ ସ୍ଥାନନ୍ତରିତ ହୋଇଛନ୍ତି ।
ସୂଚନା ଅନୁଯାଇ ନିରେନ ଦାସ ଘର କାମ କରୁଥିବା ବେଳେ, କଣ୍ଡିଆ ଗାଁର ଚିନା ସେଠି, ଆରତୀ ସେଠି ଓ ତାଙ୍କ ପୁଅ ମୁନା ସେଠି, ସୋନୁ ସେଠି, କୁନା ସେଠି ସଂଘବଧ ଭାବେ ଆସି ସେହି ଗାଁର ନିରେନ ଦାସ, ଝିଅ ଅବୟନ୍ତୀ ଦାସ, ସୁଚିତ୍ରା ଦାସଙ୍କୁ ମରଣନ୍ତକ ଆକ୍ରମଣ କରିଥିବା ରାଜକନିକା ଥାନାରେ ଝିଅ ସୁମିତ୍ରା ଦାସ ଲିଖିତ ଅଭିଯୋଗ କରିଛନ୍ତି । ତେବେ ରାଜକନିକା ପୋଲିସ ଏ ନେଇ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।