ସତର୍କତା ପାଇଁ ୪ ରେଳବାଇ କର୍ମଚାରୀ ପୁରସ୍କୃତ
ସମ୍ବଲପୁର : ନିରାପତ୍ତା ପ୍ରତି ସତର୍କତା, ସୁରକ୍ଷିତ ଟ୍ରେନ୍ ଚଳାଚଳ ପ୍ରତି ନିଷ୍ଠା ଏବଂ ନିରାତ୍ତା ନିୟମ ଅନୁସରଣ ପାଇଁ ସମ୍ବଲପୁର ରେଳ ଡିଭିଜନର ୪ ଜଣ କର୍ମଚାରୀ ପୁରସ୍କୃତ ହୋଇଛନ୍ତି । ସମ୍ବଲପୁର ରେଳଡିଭିଜନ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ଡିଭିଜନ ମୁଖ୍ୟାଳୟ ଠାରେ ଏହି କର୍ମଚାରୀମାନଙ୍କୁ ପ୍ରମାଣପତ୍ର ଏବଂ ଆର୍ଥିକ ପୁରସ୍କାର ସ୍ୱରୂପ ସମ୍ମାନିତ କରିଥିଲେ । ଏହି କର୍ମଚାରୀମାନେ ହେଲେ ଟିଟିଲାଗଡ଼ର ଲୋକୋ ପାଇଲଟ୍ (ଗୁଡସ୍) ଏବଂ ସିନିୟର ସହକାରୀ ଲୋକୋ ପାଇଲଟ୍ ରାଜୁ କୁମାର, ଜରପଡ଼ାର ସିଗ୍ନାଲ ମେନଟେନର କ୍ଷୀରୋଦ କୁମାର ପ୍ରଧାନ ଏବଂ ମୁରିବାହାଲର ଟେକ୍ନିସିଏନ୍ ବିରଜାବର ଛୁରା । ପୁରସ୍କାର ବିତରଣରେ ଅତିରିକ୍ତ ରେଳଡିଭିଜନ ପ୍ରବନ୍ଧକ ଆନନ୍ଦ ସିଂ, ବରିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର, ବରିଷ୍ଠ ବୈଦୁ୍ୟତିକ ଯନ୍ତ୍ରୀ ବିନାୟକ ବେହେରା, ବରିଷ୍ଠ ନିରାପତ୍ତା ଅଧିକାରୀ ସମ୍ବିତ ସୌରଭ ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।