ଶ୍ୟାମ ସୁନ୍ଦରଙ୍କୁ ଭୂମାଶ୍ରୀ ସମ୍ମାନ
ସମ୍ବଲପୁର : ପବ୍ଲିକ୍ ଲାଇବ୍ରେରିଠାରେ ସମ୍ବଲପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବସୁମତୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ସଭାରେ ବିଶିଷ୍ଟ ସାହିତି୍ୟକ କ୍ଷମାସାଗର ଦାଶଙ୍କ ସ୍ମୃତିରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ "ଭୂମାଶ୍ରୀ ସମ୍ମାନ' ସାହିତ୍ୟିକ ଡ.ଶ୍ୟାମସୁନ୍ଦର ଧରଙ୍କୁ ପ୍ରଦାନ କରାଯାଇଥିଲାୟ ପ୍ରଫେସର କୁମୁଦ ରନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ସଭାରେ ସଂସଦର ତ୍ରୈମାସିକ ସାହିତ୍ୟ ପତ୍ରିକାର ଜାନୁଆରୀ ମାର୍ଚ୍ଚ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପତ୍ରିକାର ସମ୍ପାଦକ କବି ସୌଭାଗ୍ୟବନ୍ତ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ସମ୍ପାଦକ ଗୁଣସାଗର ଦାଶ ସଭା ସଂଯୋଜନା କରିଥିଲେ । ସାହିତି୍ୟକ ମନୋଜ କୁମାର ପଣ୍ଡା ଉନ୍ମୋଚିତ ପତ୍ରିକାର ସମୀକ୍ଷା କରିଥିଲେ । ମୁଖ୍ୟଅତିଥି ଆଦିତ୍ୟ ପ୍ରସାଦ ପାଢୀ ତାଙ୍କ ବକ୍ତବ୍ୟ ରଖି କହିଥିଲେ । ବିଶ୍ୱରେ ସୃଷ୍ଟି ହୋଇଥିବା ବିଭିନ୍ନ ବୈଷମ୍ୟକୁ ଏଡାଇବାର ଶକ୍ତି ସାହିତ୍ୟରେ ରହିଛି ବୋଲି ଏହି ଅବସରରେ କହିଥିଲେ । ଗୁଣାତ୍ମକ ରଚନାମାନ ସଂଗ୍ରହ କରି ସେଗୁଡିକୁ ନିୟମିତ ଭାବରେ ଏକ ପତ୍ରିକାରେ ପ୍ରକାଶ କରିବା ଏକ କଷ୍ଟକର ବ୍ୟାପାର । ସଂସ୍କୃତିର ସୁରକ୍ଷାକୁ ସାହିତି୍ୟକମାନେ ନିଜ କର୍ତ୍ତବ୍ୟ ବୋଲି ଗ୍ରହଣ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ସଂସଦର କୋଷାଧ୍ୟକ୍ଷ ହରିନାରାୟଣ ପଣ୍ଡା ମାନପତ୍ର ପାଠ କରିଥିବା ବେଳେ କବି ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ