ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା

 ସମ୍ବଲପୁର : ଧନୁପାଲି ସ୍ଥିତ ଶ୍ରୀ ଗଣେଶ ହାଇସ୍କୁଲ  ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗୀତା ବେହେରା ସଭା  ସଂଯୋଜନା କରିଥିଲେ । କର୍ମଶାଳାର ମୁଖ୍ୟ ଅତିଥି ତଥା ସମାଜସେବୀ ଏବଂ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ପୂର୍ବତନ ସଦସ୍ୟ  ପାଣିଗ୍ରାହୀ ଶିଶୁ ମାନଙ୍କର ଯନô ଓ ସୁରକ୍ଷା ତଥା ତତ୍ ସମ୍ପର୍କିତ ଆଇନ ବିଷୟରେ ଆଲୋଚନା କରିଥିଲେ । "ବେଟି ବଚାଓ ବେଟି ପଢାଓ’ ସମ୍ପର୍କିତ ସରକାରୀ ଯୋଜନା ସମ୍ପର୍କିତ ଆଲୋଚନା କରି  ଶୈସବା  ଅବସ୍ଥା ହିଁ ଜୀବନରେ ଶୃଙ୍ଖଳା ଶିକ୍ଷା ଶିଖିବା ଉଚିତ । କାରଣ ଶୃଙ୍ଖଳା ହିଁ ସୁସ୍ଥ ସାମାଜିକ ଜୀବନ ପାଇଁ ଏକ ମୁଖ୍ୟ ଅଳଙ୍କାର ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ତଥା ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ବେହେରା କୈଶୋର ଅବସ୍ଥା ରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସ୍ୱଚ୍ଛତାକୁ ଧ୍ୟାନ ଦେଇ  ଶିଶୁ ମାନଙ୍କୁ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ସ୍ୱଛତା ପ୍ରତି ଯନôବାନ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବାଲ୍ୟ ବିବାହ ନିୟନ୍ତ୍ରଣ ଉପରେ ନାଟକ ବାଲ୍ୟ ବିବାହ କୁନା ପରିବେଷଣ କରିଥିଲେ ।