ବର୍ଜ୍ୟରୁ ବାୟୋଗ୍ୟାସ ପ୍ଲାଣ୍ଟ ବିକଶିତ କରିବ ଟେକନିମଣ୍ଟ
ାା ପ୍ରଭାନୁ୍ୟଜ ।ା ପାରାଦୀପ : ଟେକ୍ନିମଣ୍ଟ (ମାୟରର ସମନ୍ୱିତ ଇ ଆଣ୍ଡ ସି ସମାଧାନସମୂହ) ଭାରତୀୟ ସହଯୋଗୀ କମ୍ପାନୀ ଟେକ୍ନିମଣ୍ଟ ପ୍ରାଇଭେଟ ଲିମିଟେଡ (ଟିସିଏମ୍ପିଏଲ) ଦ୍ୱାରା ଭାରତରେ କାର୍ଯ୍ୟକାରୀ କରାଯାଉଥିବା କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହର ଅଂଶ ଭାବରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ପୋ÷ରାଞ୍ଚଳରେ ବର୍ଜ୍ୟରୁ ଏକ ବାୟୋଗ୍ୟାସ ପ୍ଲାଣ୍ଟ ବିକଶିତ କରିବା ନିମନ୍ତେ ପାରାଦୀପ ମୁ୍ୟନିସିପାଲିଟି ଏବଂ ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜି, କର୍ଣ୍ଣାଟକ- ସୁରଥକାଲ (ଏନଆଇଟିକେ) ସହିତ ସହଯୋଗିତା କରିଛି । ନିର୍ଦ୍ଦିଷ୍ଟ ଭାବରେ ଏହି ପ୍ରୟାସ ପାରାଦୀପ ମୁ୍ୟନିସିପାଲିଟିକୁ ଆନଏରୋବିକ ଡାଇଜେସନ ଜରିଆରେ ଖାଦ୍ୟ ଓ ପନିପରିବା ବର୍ଜ୍ୟରୁ ବାୟୋଗ୍ୟାସ ଉତ୍ପନ୍ନ କରିବାରେ ସହାୟତା କରିବ ଏବଂ ଜୈବ ବର୍ଜ୍ୟର ପୁନଃଚକ୍ରଣରୁ ସଂଗ୍ରହ କରାଯାଉଥିବା ବାୟୋଗ୍ୟାସକୁ ଗୋଷ୍ଠୀ ପାକଶାଳାରେ ବ୍ୟବହାର କରାଯିବ । ଏହି ପ୍ରକଳ୍ପ ବର୍ଜ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବ, ଶିକ୍ଷାଗତ ଫାଇଦା ଆଣିଦେବ ଏବଂ ଏହା ନବୋନ୍ମେଷୀ ସମାଧାନସମୂହର ଏକ ମଡେଲ ଭାବରେ କାର୍ଯ୍ୟ କରିବା ସହିତ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟସ୍ତରରେ ଶିକ୍ଷା ଆହରଣ ଅନୁଭୂତି ପ୍ରଦାନ କରିବ । ବାସ୍ତବରେ ଏହାର ଏକ ପ୍ରଥମ ପ୍ଲାଣ୍ଟ ୨୦୨୧ରେ ଏନ୍ଆଇଟିକେ କ୍ୟାମ୍ପସରେ ଉଦ୍ଘାଟିତ ହୋଇଥିଲା, ଯାହା କ୍ୟାମ୍ପସ ଭିତରେ ଗବେଷଣା ଏବଂ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି । ଛାତ୍ରାବାସ ବ୍ଲକ୍ ଓ କ୍ୟାଣ୍ଟିନଗୁଡିକରୁ ଖାଦ୍ୟ ଓ ପନିପରିବା ବର୍ଜ୍ୟର ରୂପାନ୍ତରଣ ଦ୍ୱାରା ଉତ୍ପାଦିତ ଶକ୍ତିକୁ ସଂଗ୍ରହ କରାଯାଉଛି ।