ସତ୍ୟବାଦୀ ସାହିତ୍ୟ ସନ୍ଧ୍ୟା
ଭୁବନେଶ୍ୱର : ପୂର୍ଣ୍ଣାଙ୍ଗ ଉକ୍ରଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ମାସିକ ସତ୍ୟବାଦୀ ସାହିତ୍ୟ ସନ୍ଧ୍ୟା ବିମାନଘାଟୀ ଅଞ୍ଚଳ ସ୍ଥିତ ନ୍ୟାସୀ ମଣ୍ଡଳର ଗୋପବନ୍ଧୁ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ମାସର ବିଷୟବସ୍ତୁ ଥିଲା ‘ସାହିତି୍ୟକ ପଣ୍ଡିତ ନୀଳକଣ୍ଠ' । ଭାଷା ପ୍ରାଣ ପର୍ଶୁରାମ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଣ୍ଡିତ ନୀଳକଣ୍ଠଙ୍କ ନାତି ଅଧ୍ୟାପକ ପୂର୍ଣେନ୍ଦୁ ଦାଶ ମୁଖ୍ୟଅତିଥି, ପ୍ରଫେସର ଶରତ ଚନ୍ଦ୍ର ରଥ ମୁଖ୍ୟବକ୍ତା, ଡ. ଆରତି କର ଓ ନାଟ୍ୟକାର ବିଜୟ ମହାନ୍ତି ଅନ୍ୟତମ ବକ୍ତା ଭାବେ ଯୋଗଦେଇ ନୀଳକଣ୍ଠଙ୍କ ‘କୋଣାର୍କେ, ପ୍ରଣୟନୀ, ଦାସ ନାୟକ, ଓଡ଼ିଆ ସାହିତ୍ୟର କ୍ରମ ପରିଣାମ' ପ୍ରଭୃତି ସାହିତ୍ୟକୃତି ଓ ତାଙ୍କର ନୂତନ ଶଦ୍ଦ ସଂଯୋଜନା ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ । ଆଲୋଚନାରେ ପ୍ରଦୀପ୍ତ ବିଶ୍ୱାଳ, ବିମଳା ସିଂ, ତପନ କର, ବିରଜା ପ୍ରସାଦ ଶତପଥୀ, ଶ୍ରୀବାସ ମହାପାତ୍ର ଓ ପ୍ରଭାତ ଦାଶ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସଭାକୁ ସମ୍ପାଦକ ରାମ ନାରାୟଣ ମିଶ୍ର ପରିଚାଳନା କରିଥିଲା ବେଳେ, କୈଳାଶ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।